ରାଜ୍ୟ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଢ଼େଙ୍କାନାଳରେ ରାସ୍ତା ରୋକ

ଆଓରି-ଭୁବନେଶ୍ଵର(୧୧/୦୨) : ଢ଼େଙ୍କାନାଳରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବସଷ୍ଟାଣ୍ଡଠାରେ ଥିବା ଶିବ ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଭିନ୍ନ ପଂଚାୟତର କୃଷକ ନେତାମାନେ ଟ୍ରିପଲ ପି ଦାବିକୁ ଉପସ୍ଥାପନ କରିଥିଲେ । ପରେ ପରେ ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରି ନାରାବାଜି କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ଶହଶହ ଗାଡ଼ି ମଟର ଅଟକି ରହିଛି ।Nav-Nirman-Farmers-Association-Aajira-Odisha

ଗଞ୍ଜାମର ରମ୍ଭା ଠାରେ ନିର୍ମାଣ କୃଷକ ସଂଘ ପ୍ରାଇସ୍, ପେନସନ ଓ ପ୍ରେଷ୍ଟିଜ୍ ଦାବିରେ ୨୧୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଫଳରେ ଗାଡି ମୋଟର ଅଟକି ରହିଥିଲା । ଏହାପରେ ଖଲିକଟ ଥାନା ଅଧିକାରୀ, ଏସଡିପିଓ ,ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଫଳରେ ରାସ୍ତା ଅବରୋଧ ହଟିଥିଲା ।

ବାଙ୍କିରେ ମଧ୍ୟ ଚାଷୀ ଅବରୋଧ । ଵାଙ୍କି ଜାତମୁଣ୍ଡିଆ ଛକ ଠାରେ ଚାଷୀମାନେ ଆନ୍ଦୋଳନରେ ବସିଥିଲେ । ଫଳରେ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଗାଡିମୋଟର ଅଧାରେ ଅଟକି ରହିଥିଲା । ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଭୁବନେଶ୍ୱର ଯିବା ସମୟରେ ନବନିର୍ମାଣ କୃଷକ ସଂଗଠନର କୃଷକ ମାନଙ୍କୁ ରାଜଧାନୀ ଯିବା ପାଇଁ ରାଜ୍ୟସରକାର ବଳପୂର୍ବରେ ଅଧାରେ ଅଟକାଇବାକୁ ବିରୋଧ କରି ଏହି ଅବରୋଧ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button