March 22, 2023

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍ ଅଫିସର ଡକ୍ଟର ପ୍ରମୋଦ କୁମାର ମିଶ୍ର

1 min read
Pramod-Kumar-Mishra-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୯) : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍ ଅଫିସର ଡକ୍ଟର ପ୍ରମୋଦ କୁମାର ମିଶ୍ର ।  ମୋଦିଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦିନ ବରିଷ୍ଠ ପ୍ରଶାସକ ଡକ୍ଟର ପ୍ରମୋଦ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ  କାର୍ଯ୍ୟ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର  ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ପି. କେ. ମିଶ୍ରଙ୍କ  କାର୍ଯ୍ୟକାଳକୁ ବୃଦ୍ଧି କରାଯିବା ସହ ତାଙ୍କର ପଦନ୍ନୋତି ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଆଜି ସ୍ପଷ୍ଟ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିବା ସମୟରେ ଡ. ପି.କେ.ମିଶ୍ରଙ୍କୁ ଜାତିସଂଘର ବିପର୍ଯୟ ବିପଦ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ପକ୍ଷରୁ ସମ୍ମାନଜନକ ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରାଯାଇଥିଲା । ୧୯୭୨ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌ର ଆଇଏଏସ୍‌ ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ମିଶ୍ର ତାଙ୍କ ସହ କାର୍ଯ୍ୟ କରିଥିଲେ। ପି. କେ. ମିଶ୍ରଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ନୃପେନ୍ଦ୍ର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଆଉ ଦୁଇ ସପ୍ତାହ ଦାୟିତ୍ୱରେ ରହିବାକୁ କହିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.