ସେଲଟର ହୋମ ନିର୍ଯାତନା ମାମଲାରେ ରାଜ୍ୟସରକାରଙ୍କୁ କଡା ସମାଲୋଚନା କାଲେ ମେନକା ଗାନ୍ଧୀ
1 min read
ଆଓରି-ଭୁବନେଶ୍ୱର(୯/୧୨) : ବେଲଟିକିରି ସେଲଟର ହୋମ ନିର୍ଯାତନା ମାମଲା ଏବେ କେବଳ ରାଜ୍ୟର ନୁହେଁ ବରଂ ଦେଶର ମୁଣ୍ଡବିନ୍ଧାର କାରଣ ସାଜିଛି । ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି । ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାଲୋଚନା କରିବା ସହ ଘଟଣାର ତ୍ୱରିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେନକା ଗାନ୍ଧି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଗୁଡ଼୍ ନ୍ୟୁଜ୍ ଇଣ୍ଡିଆ ଆଶ୍ରୟ ଗୃହରେ ନିର୍ଯାତନା ଦିଆଯିବା ଓ ଧର୍ମାନ୍ତରୀକରଣ ଖବର ଆସୁଛି । ବିନା ପଞ୍ଜୀକରଣରେ ସଂପୃକ୍ତ ସଂସ୍ଥା ୨ ବର୍ଷ ହେବ ହୋମ ଚଳାଇଛି । ଦୁଃଖର କଥା ସଦର ମହକୁମାରୁ ୧୦ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଛି ।
ସଂସ୍ଥାର ଲାଇସେନ୍ସ ଅବଧି ଗତମାସରୁ ସରିଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଓ ବିଭାଗୀୟ ସଚିବ ମାନିଛନ୍ତି । ମହିଳା, ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି ବୋଲି ସେ ନିଜ ଚିଠିରେ ଦର୍ଶାଇଛନ୍ତି । ଏହାବ୍ୟତିତ ଓଡ଼ିଶାର ସବୁ ସେଲଟର ହୋମ ପରିଦର୍ଶନ ପାଇଁ ଏନସିପିଆରକୁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ସୁପାରିଶ କରିଛନ୍ତି ।
ସୂଚନାଯୋଗ୍ୟ ବେଲଟିକିରି ଭଳି ରାଜ୍ୟରେ ଚାଲିଥିବା ଅନୈତିକ କେନ୍ଦ୍ର ଗୁଡ଼ିକରେ ବାଳିକାମାନଙ୍କୁ ଯୌନ ନିର୍ଯାତନା ସହ ଧର୍ମାନ୍ତରୀକରଣ କରାଯାଉଥିବା ଜଣାପଡ଼ିଛି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ମଧ୍ୟ ନେଉ ନଥିବା ଚର୍ଚ୍ଚା ହେଉଛି । ତେବେ ଏଥିରେ ଅତିଷ୍ଠ ହୋଇ ଆଜି ଚିଠି ଲେଖି କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।