May 19, 2024

ମହାକାଳପଡାରେ ବସୁଧା ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read

ଆଓରି-ଭୁବନେଶ୍ଵର(୮/୧୨) : ଏଣିକି ମହାକାଳପଡା ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟ ଜଳର ଅସୁବିଧା ରହିବ ନାହିଁ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡା ନିର୍ବାଚନ ମଣ୍ଡଳୀର ପୋଟଛେଲା ପଞ୍ଚାୟତର କୁଚିଲା ସରୁମୁହିଠାରେ ବସୁଧା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ସୂଚନା ଅନୁସାରେ ୨୪୧ କୋଟି ବ୍ୟୟରେ ସ୍ଥାପିତ ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୨୦୦ଟି ଗ୍ରାମର ବାସିନ୍ଦା ପିଇବା ପାଣି ପାଇପାରିବେ । ତେବେ ମହାକାଳପଡା ବ୍ଲକର ୧୪୮ଟି ଗାଁ ଏବଂ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକ ଏହି ପ୍ରକଳ୍ପ ମାଧ୍ୟମରେ ଉପକୃତ ହେବେ । ଏହି ପ୍ରକଳ୍ପ ସାହାଯ୍ୟରେ ପ୍ରତିଦିନ ୭୦ ଲିଟର ପାନୀୟ ଜଳ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ।

ବସୁଧା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ, ସାଂସଦ ପ୍ରତାପ କେଶରୀ ଦେବଙ୍କ ସହ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ପ୍ରମୂଖ ଉପସ୍ଥିତ ଥିଲେ । ତେବେ ଉତ୍ସବରେ ଏକ ଟୋଲ ଫ୍ରୀ ହେଲ୍ପ ଲାଇନ୍ ନଂ ୧୯୧୬ ଜାରି କରାଯାଇଛି । ଏହି ନଂ ମାଧ୍ୟମରେ ଯେକୌଣସି ବ୍ୟକ୍ତି ନିଜ ଅଞ୍ଚଳର ପାଣି ସମସ୍ୟା ଜଣାଇପାରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.