May 13, 2024

ମମତା ଦଳେଇ ରାଷ୍ଟ୍ରପତି ଜୀବନରକ୍ଷା ପଦକ ସମ୍ମାନ ପାଇଁ ମନୋନୀତ

1 min read

ଆଓରି-ଭୁବନେଶ୍ଵର(୨୭/୭) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ମମତା ଦଳେଇ ରାଷ୍ଟ୍ରପତି ଜୀବନରକ୍ଷା ପଦକ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।  କୁମ୍ଭୀର ଆକ୍ରମଣରୁ ନିଜର ବଡଭଉଣୀ ଆଶାନ୍ତି ଦଳାଇର ଜୀବନ ରକ୍ଷାକରି ଜାତୀୟ ଶିଶୁ ସାହସିକତା ପୁରସ୍କାର ପାଇଥିବା  ମମତାଙ୍କୁ ରାଷ୍ଟ୍ରପତି ଜୀବନରକ୍ଷା ପଦକ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ମମତାଙ୍କୁ ଏହି ପଦକ ପ୍ରଦାନ କରାଯିବ ।

ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଏହି ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟଠାରୁ ଆସିଥିବା ଏହି ସମ୍ମାନର ପୁରସ୍କାର ରାଶି ଏକଲକ୍ଷ ଟଙ୍କାର ଚେକ ମମତାକୁ ପ୍ରଦାନ କରିଛନ୍ତି । ମମତା ସମ୍ପ୍ରତି ନିଜର ବଡ ଭଉଣୀ ଅଶାନ୍ତି ସହ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ଏହି ପୁରସ୍କାର ତାଙ୍କୁ ଜୀବନରେ ଭଲ ମଣିଷ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି କହିଛନ୍ତି । ପୁଣି ଥରେ  ଜାତୀୟ ପୁରସ୍କାର ପାଇଁ ଦିଲ୍ଲୀରୁ ନିମନ୍ତ୍ରଣ ଆସିଥିବାରୁ ମମତା ବହୁତ ଖୁସିଥିବା ଜଣାପଡ଼ିଛି ।

ସ୍ୱାଧୀନତା ଦିବସରେ ମମତାଙ୍କୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତିଙ୍କ ଜୀବନରକ୍ଷା ପଦକର ପ୍ରମାଣପତ୍ର ଓ ଏକ ପଦକ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୭ ମସିହା ଜୁଲାଇ ମାସ ୬ ତାରିଖରେ ମମତା ମାତ୍ର ୬ ବର୍ଷ ୮ ମାସ ବୟସର ହୋଇଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବାଙ୍କୁଆଳ ଗ୍ରାମରେ ଏକ ପୋଖରୀରେ ନିତ୍ୟକର୍ମ କରୁଥିବା ସମୟରେ ନିଜର ସମ୍ପର୍କୀୟ ବଡ଼ ଭଉଣୀ ଆଶାନ୍ତିଙ୍କୁ ପ୍ରତିକୂଳ ପରିସ୍ଥିତିରେ ବଉଳାକୁମ୍ଭୀର ଆକ୍ରମଣରୁ ଉଦ୍ଧାର କରି ଲୋକଲୋଚନରେ ଚର୍ଚ୍ଚିତ Aajiraodisha-mamata dalaiହୋଇଥିଲେ । ଗତ ଜାନୁୟାରୀରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । ଏହା ସହିତ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ତାକୁ ପୁରସ୍କାର ପ୍ରଦାନ କରିଥିଲେ ।

ଆଜିର ଓଡିଶା ଫାଉନ୍ଡେଶନ ତରଫରୁ ଏହି ସାହସୀ ବାଳିକାକୁ ୨୭ ଜାନୁଆରୀ ରେ ଦିଲ୍ଲୀ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କୃତ କରଯାଇଥିଲା | ଓଡିଶା ରୁ ଏହିଭଳି ଏକ ସାହସୀ ପ୍ରତିଭାଙ୍କୁ  ରାଷ୍ଟ୍ରପତିଙ୍କ ଜୀବନରକ୍ଷା ପଦକର ପ୍ରମାଣପତ୍ର ଓ ଏକ ପଦକ ମିଳିବାକୁ ମନୋନୀତ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.