April 18, 2024

ଆଇନଜୀବୀଙ୍କ ୫ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ

1 min read
All-India-Lawer-Protest-Aajira-Odisha

ଆଓରି-ଭୁବନେଶ୍ଵର(୧୨/୦୨) : ସାରା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ । ଗତକାଲିଠାରୁ ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ । ଅଲ୍‌ ଇଣ୍ଡିଆ ବାର୍‌ କାଉନସିଲର ଡାକରାରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ ନିଜର ଆଞ୍ଚଳିକ କାର୍ଯ୍ୟାଳୟରେ ଆନ୍ଦୋଳନରେ ବସିଛନ୍ତି । ଗତକାଲିର ଆନ୍ଦୋଳନ ପରେ ଆଇନଜୀବୀମାନେ ସ୍ଥାନୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବେ ।

ବୀମା, ପେନସନ୍‌, ଷ୍ଟାଇପେଣ୍ଡ୍‌ ଓ ଲିଗାଲ୍‌  ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କରିବାକୁ ଆଇନଜୀବୀ ଦାବି କରିଛନ୍ତି । କେନ୍ଦ୍ରୀୟ ବଜେଟରେ ୫୦୦୦ କୋଟି ଟଙ୍କା ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ସହାୟତା ପ୍ରଦାନ ମୁଖ୍ୟ ଦାବି ରହିଛି । ଏହାଦ୍ୱାରା ଆଇନଜୀବୀମାନେ ଅବସର ନେବା ପରେ ଜରୁରୀ ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେହିପରି ୫ ବର୍ଷ ଯାଏ ନୂଆ ଆଇନଜୀବୀକୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି ରହିଛି । ଏହା ସହିତ ଲିଗାଲ ସର୍ଭିସେସ୍‌ ଅଥରିଟି ଆକ୍ଟ ଲାଗୁ କଲେ ଅବସରପ୍ରାପ୍ତ ଆଇନଜୀବୀମାନେ ମଧ୍ୟ ନିଯୁକ୍ତି ପାଇପାରିବେ ଏବଂ କୌଣସି ପୋଷ୍ଟ ଫାଙ୍କା ରହିବ ନାହିଁ କିମ୍ବା କୋର୍ଟ ବାଧାପ୍ରାପ୍ତ ହେବ ନାହିଁ । ସେହିପରି ଇ-ଲାଇବ୍ରେରୀ ଓ କାର୍ୟ୍ୟା ଳୟରେ ମହିଳା ଆଇନଜୀବୀଙ୍କ ଶିଶୁଙ୍କ ପାଇଁ ସୁବିଧା, ଶୌଚାଳୟ ଓ ଗମନାଗମନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.