ରାଜନୀତିରାଜ୍ୟ

ରାଜ୍ୟ ସରକାରଙ୍କ ପିଠା ଓ କାଳିଆ ଯୋଜନା କାର୍ଯ୍ୟକ୍ରମକୁ ବିରୋଧ କରି ଗଣ ଧାରଣା

ଆଓରି-ଭୁବନେଶ୍ଵର(୧୨/୦୨) : ରାଜ୍ୟ ସରକାରଙ୍କ ପିଠା ଓ କାଳିଆ ଯୋଜନା କାର୍ଯ୍ୟକ୍ରମକୁ ବିରୋଧ । ଏହାକୁ ପ୍ରତିବାଦ କରି ଭଦ୍ରକର ତିହିଡି ବ୍ଲକରେ ୧୦ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ସମିତିସଭ୍ୟ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସରେ ତାଲା ପକାଇଥିଲେ । ଏହାସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ପ୍ରତିନିଧିମାନେ ଅଭିନବ ଢ଼ଙ୍ଗରେ ଲକ୍ଷ୍ମୀପୂଜା ଓ ବ୍ରତ ପୂଜା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟାଳୟ ସରକାର ଲୋକଙ୍କ ପାଇଁ କହୁଥିବାବେଳେ ଦଳୀୟ ବ୍ୟବସ୍ଥା ଓ ନିଜ ଇଚ୍ଛାରେ ସ୍ଥାନ ପରିବର୍ତ୍ତନ କରିବା ଘଟଣା ନିନ୍ଦନୀୟ ବୋଲି କହିଛନ୍ତି ବିକ୍ଷୋଭରେ ସାମିଲ ନିର୍ବାଚିତ ପ୍ରତିନିଧି ମାନେ ।

ପିଠା ଭଳି ସରକାରୀ ଯୋଜନାକୁ ପ୍ରଶାସନ ଓ ଶାସକ ଦଳ ମିଶି ଏହାକୁ ଏକ ରାଜନୈତିକ ମଞ୍ଚରେ ପରିଣତ କରି ଦେଇଥିବା ବିଭିନ୍ନ ସ୍ଥାନରେ ଆଭିଯୋଗ ହେଉଛି । ସେପଟେ ଏଭଳି କୌଣସି ନିର୍ଦିଷ୍ଟ ଅଭିଯୋଗ ଆସିନାହିଁ ବୋଲି ସ୍ଥାନୀୟ ବିଡ଼ିଓ କହିଛନ୍ତି । ଗତ ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ପିଠା କାର୍ଯ୍ୟକ୍ରମ, ଜାନୁଆରୀ ମାସରେ ଅଳ୍ପ ବିବାଦ ଆଡକୁ ଯାଇଥିଲା । ପରେ ପରେ ଫେବ୍ରୁଆରୀ ମାସରେ ଏହା ପୁରାପୂରି ବିବାଦୀୟ ହୋଇ ପଡିଲାଣି । ଆଗକୁ ଏହି କାର୍ଯ୍ୟକ୍ରମ କୋଉ ଦିଗକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button