ଭୁବନେଶ୍ୱରର ଜିଜିପି କଲୋନୀରେ କାର୍ ପାର୍କିଂରେ ଅଗ୍ନିକାଣ୍ଡ
1 min read
ଆଓରି-ଭୁବନେଶ୍ୱର(୧୮/୦୫) : ଜିଜିପି କଲୋନୀ ଜଗନ୍ନାଥ ନଗରର ଏକ ଆପାର୍ଟମେଣ୍ଟ କାର୍ ପାର୍କିଂରେ ନିଆଁ ଲାଗିବା ଫଳରେ ୨ଟି କାର୍ ଓ ୬ଟି ବାଇକ ଜଳିଯାଇଛି। ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଣ୍ଟର କାର ପାର୍କିଂରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ପୁଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ କରି ଆପାର୍ଟମେଂଟର ଚିତ୍ତରଂଜନ ଦାସଙ୍କ ୨ଟି କାର ପୋଡି ଯାଇଛି ଏହା ସହ ୬ଟି ବାଇକ ବି ଜଳି ଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତିରେ ସିକ୍ୟୁରିଟି ଗାର୍ଡ଼ ସହ ଚିତ୍ତରଂଜନ ଦାସଙ୍କ ବଚସା ହୋଇଥିଲା ବୋଲି ସ୍ଥାନୀୟ ଲୋକ ପୁଲିସ କୁ ସୂଚନା ଦେଇଥିଲେ । ଜଗିବା ପରିବର୍ତ୍ତେ ସିକ୍ୟୁରିଟି ଗାଡ଼ି ରାତି ୧୨ ଟା ବେଳକୁ ଶୋଇପଡ଼ିଥିଲେ । ସେଥିପାଇଁ ଚିତ୍ତରଂଜନ ଦାସ ବିରକ୍ତ ହୋଇ ସିକ୍ୟୁରିଟି ଗାର୍ଡ଼କୁ ତାଗିଦ୍ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଗୋଟିଏ ଗ୍ୟାସ ସିଲିଣ୍ଡର ଦେଖିବାକୁ ମିଳିଛି । ଆଉ ପୁଲିସ ପଚରାଉଚରା ପରେ ଜଣା ପଡ଼ିଛି ଉକ୍ତ ସିଲିଣ୍ଡରଟି ସିକ୍ୟୁରିଟି ଗାର୍ଡ଼ର ହିଁ ଥିଲା । ପୁଲିସ କୁ ମିଳିଥିବା ସୂଚନା ଅନୁଯାୟୀ ଏହି କାଣ୍ଡ ଘଟାଇବା ପରେ ସିକ୍ୟୁରିଟି ଗାର୍ଡ଼ ଏବେ ଫେରାର ଅଛି ।