ତାଣ୍ଡବ ରଚୁଛି ଫନି
1 min read
ଆଓରି-ଭୁବନେଶ୍ଵର(୦୩/୦୫) : ପୁରୀରେ ଲ୍ୟାଣ୍ଡଫଲ କଲା ଫୋନି । ବାତ୍ୟାର ଆଖି ସମ୍ପୁର୍ଣ୍ଣ ସ୍ଥଳଭାଗ ଛୁଇଁ ସାରିଛି । ପୁରୀରେ ତାଣ୍ଡବ ରଚିବା ଆରମ୍ଭ କରିଛି ଫୋନି । ଫୋନି ପ୍ରଭାବରେ ପୁରୀରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହା ସହ ବିଭିନ୍ନ ଦୋକାନ ବଜାରର ଛପର ଉଡ଼ିଯାଇଛି । ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାକୁ ସମୁଦ୍ର ଜଳ ମାଡ଼ି ଆସିଛି । ପୁରୀରେ ଏବେ ପବନର ବେଗ ୧୭୫ରୁ ୧୮୦ କିଲୋମିଟର ରହିଛି । ପୁରୀ ପେଣ୍ଠକଟା ସାହିରେ ମଧ୍ୟ ସମୁଦ୍ର ପାଣି ପଶି ସାରିଛି ।
ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ତାଣ୍ଡବ ରଚିଛି। ପୁରୀରେ ଏହାର ଭିଷଣ ପ୍ରଭାବ ପଡ଼ିବା ସହ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଫନି ତାଣ୍ଡବ ରଚିଛି। ବଡ଼ ବଡ଼ ଗଛ ସବୁ ଉପୁଡିପଡିଛି। ନିୟୋଜିତ ଉଦ୍ଧାରକାରୀ ଦଳ ଏସବୁ ସଫା କରିବାରେ ଲାଗିଛନ୍ତି। ଏଭଳି ସ୍ଥିତି ଦିନ ୧୨ଟା କିମ୍ବା ଗୋଟେ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଇଏମ୍ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଫୋନିର ପ୍ରଭାବ ଦେଖିବାକୁ ମିଳିଛି । ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ଯାତାୟତରେ ବାଧା ଉପୁଜିଛି ।