July 7, 2022

ସକାଳ ୮ଟା ରୁ ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଫୋନି’

1 min read
Fani-Cyclone-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୫) : ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ପୁରୀ ଠାରୁ ୩୨୦ କିମି ଦୂରରେ ରହିଛି । ୧୬ କିମି ପ୍ରତି ଘଣ୍ଟା ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ‘ଫୋନି’ । ତେବେ ପୂର୍ବରୁ ପୂର୍ବାହ୍ନ ୧୦-୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା । କିନ୍ତୁ ପୁଣି ଏବେ ସମୟର ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି ।

ସକାଳ ୮ଟା ରୁ ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଫୋନି’ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ୨୦୦ କିମି ପ୍ରତି ଘଣ୍ଟା ରହିବା ସହ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତାକାଲି ସକାଳୁ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି । ଦୋକାନ, ବଜାର, ଅଫିସ, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖିବା ପାଇଁ କୁହାଯାଇଛି । ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରୁହନ୍ତୁ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.