May 15, 2024

ରାଷ୍ଟ୍ରୀୟ କୌଶଳ ବିକାଶ କାର୍ଯ୍ୟକ୍ରମ ଉଦଘାଟନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୬/୭) : ଭୁବନେଶ୍ଵର ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୌଶଳ ବିକାଶର ତୃତୀୟ ବର୍ଷ ପୁର୍ତି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ତିନିଦିନ ଧରି ଏହି

କ୍ଷତ୍ରିୟ ପ୍ରତିଯୋଗିତା ଗତ କାଲିଠୁ ଆରମ୍ଭ ହୋଇଛି  | ଏହି କାର୍ଯ୍ୟକ୍ରମରେ ୨୨ଟି ରାଜ୍ୟରୁ ୨୫୦ରୁ ଅଧିକ ପ୍ରତିଯୋଗୀ ପ୍ରାୟ ୨୭ଟି କୌଶଳ ବିଭାଗରେ ଅଂଶଗ୍ରହଣ କରିଥିଲେ | ଏଥିରୁ ମୁଖ୍ୟତଃ ପୂର୍ବ ଭାରତ ତଥା ଓଡିଶା, ବିହାର, ଆସାମ, ନାଗାଲାଣ୍ଡ, ଝାଡଖଣ୍ଡ, ମେଘାଳୟ ଆଦି ରାଜ୍ୟ ମାନଙ୍କରୁ ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ |ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ବହୁ ଯୋଜନାର ଲଞ୍ଚ କରିଥିଲେ,ଯାହା ଫଳରେ କୌଶଳ ଉନ୍ନତି ଯୋଜନାର ପାଠ୍ୟ ଖସଡାରେ ବହୁତ ଉନ୍ନତ,ମଜବୁତ ଓ ସରଳ ହୋଇପାରିବ |ଗତ ୧୫ ତାରିଖ ଦିନ ବିଶ୍ଵ ଯୁବ କୌଶଳ ଦିବସ ଉପଲକ୍ଷେ ଶ୍ରୀ ପ୍ରଧାନ ବହୁ କମ୍ପାନୀ ସହ ଏଗ୍ରୀମେଣ୍ଟ କରିଥିଲେ |ଏହାଦ୍ଵାରା କୌଶଳ ଶ୍ରମଶକ୍ତି ମାନଙ୍କୁ ସହଜରେ ନିଯୁକ୍ତି ମିଳିପାରିବ

ଫେସବୁକ ଏବଂ ଏନଏସଡ଼ିଜି ମଧ୍ୟରେ ଏକ ଭାଗୀଦାରୀ ରାଜିନାମା କରଯାଇଥିଲା |ଫେସବୁକର ଏହି ମଞ୍ଚ ଦ୍ଵାରା ଆମର ଯୁବକ ମାନେ ଶଶକ୍ତ ଏବଂ ରୋଜଗାରକ୍ଷମ ହୋଇପାରିବେ |ଦେଶର ସମସ୍ତ ଆଇଟିଆଇଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଯୋଗାଇବା ପାଇଁ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ସମସ୍ତ ପ୍ରକାର ଉନ୍ନତ ମାନର କୌଶଳ ଯୋଗାଇ ଦେବ ବୋଲି ଏହିକର୍ଜ୍ୟ କ୍ରମରେ ଚୁକ୍ତି କରଯାଇଥିଲା | 

କେନ୍ଦ୍ରିୟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେଯେ “କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ ଦେଶର ଉଦ୍ୟୋମିତର ମାତ୍ରା ବୃଦ୍ଧି କରିବ  |  ଆଜିକାଲିର ଶିକ୍ଷା ପ୍ରାପ୍ତ ରେ ନିଯୁକ୍ତି ପାଇବାର କୌଣସି ଭରଷା ନାହିଁ | ସେଥିପାଇଁ ଉଚିତ କୌଶଳଯୁକ୍ତ ଶିକ୍ଷାର ବହୁତ ଆବଶ୍ୟକ | ଏହି ରାଷ୍ଟ୍ରୀୟ କୌଶଳ ବିକାଶ ଦ୍ଵାରା ଆମ ଦେଶର କୌଶଳ ଶ୍ରମଶକ୍ତି ବୃଦ୍ଧି ପାଇବ |”

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.