ରାଜ୍ୟ

ବ୍ରହ୍ମୋସ୍‌ର ସଫଳ ଉତ୍‍କ୍ଷେପଣ

ଆଓରି-ଭୁବନେଶ୍ଵର(୧୬/୭) : ପ୍ରବଳ ଝଡ଼ବର୍ଷା ସାଙ୍ଗକୁ ଅଶାନ୍ତ ସମୁଦ୍ର। ଏଭଳି ପାଣିପାଗ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ୱର ଉପକୂଳ ଚାନ୍ଦିପୁର ଆଇଟିଆର ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ ହୋଇଛି ବିଶ୍ୱର ସବୁଠାରୁ ନିର୍ଭର ଯୋଗ୍ୟ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ। ସକାଳ ୧୦.୧୮ରେ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଦ୍ଦିଷ୍ଟ ଲକ୍ଷ୍ୟକୁ ଉତକ୍ଷେପଣ କରାଯାଇ ଥିଲା। ପୂର୍ବରୁ ମେ ୨୧ରେ ଚାନ୍ଦିପୁରର ଏକ ଭ୍ରାମ୍ୟମାଣ ଲଞ୍ଚ ପ୍ୟାଡ଼ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇ ଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାର ଆର୍ମି, ନେଭି ଓ ଏୟାରଫୋର୍ସରେ ସାମିଲ କରାଯାଇଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରର ତୀବ୍ର ବେଗକୁ ଶତ୍ରୁପକ୍ଷର ର୍ୟାଡ଼ାର ଠାବ କରିବା ପୂର୍ବରୁ ଏହା ନିଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଛି। ଭାରତ-ଋଷର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ସ୍ଥାଳ, ଜଳ ଓ ଆକାଶ ମାର୍ଗରେ ବ୍ୟବହାର କରାଯାଇ ପାରେ। ବ୍ରହ୍ମୋସର କ୍ଷମତାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହାର ସମୟସୀମାକୁ ୧୦ବର୍ଷରୁ ବୃଦ୍ଧି କରି ୧୫ବର୍ଷ କରିଛନ୍ତି।

ଭାରତ ପ୍ରତିରକ୍ଷା ବିକାଶ ସଂଗଠନ(ଡିଆରଡିଓ) ଏବଂ ରୁଷିଆର ଏନ୍‌ପିଓଏମ୍‌ ମିଳିତ ଭାବେ ଏଥିଲାଗି ବୈଷୟିକ ଜ୍ଞାନକୌଶଳ ଯୋଗାଇଛନ୍ତି। ଏହା ବୁଡ଼ା ଜାହାଜରୁ ଆକାଶ ମାର୍ଗ ତଥା ସ୍ଥଳ ଭାଗରେ ୨୯୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ସୁଖୋଇ-୩୦ ସହିତ ମିଳିତ ଭାବେ ଏହା ୨୫ଶହ କିଲୋମିଟର ଲକ୍ଷ୍ୟସ୍ଥଳ ଭେଦ କରିପାରିବାର କ୍ଷମତା ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button