May 19, 2024

ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୨୧/୧୧) : ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହରେକୃଷ୍ଣ ମହତାବଙ୍କ ଜୟନ୍ତି ଅବସରରେ ଯୋଗଦେଇ ଢେଙ୍କାନାଳ ବଳରାମପୁର ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟ ସରକାର ବିୟର ଫ୍ୟାକ୍ଟ୍ରି ପାଇଁ ୬୦୦ ଏକର ଜମି ଦେଇ ପାରୁଛନ୍ତି । ହେଲେ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଯାଗା ଦେଇପାରୁ ନାହାନ୍ତି। ଯାହା ଦୁଃଖ ଦାୟକ । ଦୀର୍ଘ ଦିନ ହେବ କେନ୍ଦ୍ର ସରକାର ଓଡ଼ିଶାର ବୀର ସଂଗ୍ରାମୀଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଯାଗା ମାଗି ଚିଠି ଲେଖି ଜଣାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । କିନ୍ତୁ ମଦ ଫ୍ୟାକ୍ଟ୍ରି ଖୋଲିବା ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଉଛନ୍ତି। ଏକ ଘନ ଜଙ୍ଗଲ କାଟି ମଦ ଫ୍ୟାକ୍ଟ୍ରି କରିବାକୁ ଅନୁମତି ଦେବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.