ରାଜ୍ୟ

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୧/୧୧) : ଗତକାଲି ତାଳଚେରରୁ କଟକ ଆସୁଥିବା ଜଗନ୍ନାଥ ବସ ଏକ ମଇଁଷିକୁ ଧକ୍କା ଦେବା ପରେ ମହିନଦୀ ଶଯ୍ୟାକୁ ଖସିପଡିଥିଲା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସହିତ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ କଟକ ବଡ ମେଡିକାଲରେ ବୁଲି ଦେଖିବା ସହ ସେମାନଙ୍କର ଚିକିତ୍ସା ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଚାରି ବୁଝିଛନ୍ତି।

ସୂଚନା ଅନୁସାରେ ଉକ୍ତ ବସ କଟକ ଜଗତପୁରରୁ ଶିଖରପୁର ଆସୁଥିବା ସମୟରେ ଏକ ମଇଁଷିକୁ ଧକ୍କା ଦେବାରୁ ବସଟି ପ୍ରାୟ ୩୦ ଫୁଟ ପୋଲ ତଳକୁ ଖସିପଡିଥିଲା।  ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଓଡ୍ରାଫ୍‌ ଦଳ ସହିତ ସ୍ଥାନୀୟ ଯୁବକମାନେ ଏଥିରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆହତମାନଙ୍କୁ ଚିକିତ୍ସାପାଇଁ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ କମିଶନର , ଡିସିପିଙ୍କ ସହ ଅନ୍ୟାନ ଅଧିକାରୀ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ ।

ଶ୍ରୀ ପ୍ରଧାନ ଏହି ଦୁଃଖଦ ସମୟରେ ଆହତ ମାନଙ୍କୁ ସାନ୍ତ୍ଵନା ଦେଇଥିଲେ ଓ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକ ପ୍ରକାଶ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button