ପୁନର୍ବାର ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚର ଚଢାଉ
1 min read
ଆଓରି-ଭୁବନେଶ୍ଵର(୧୯/୦୬) : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚର ଚଢାଉ । ଆଜି ଭୋରୁ ଟିଟୋର ୨ ଭାଇଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବା ପରେ ତାର ଦୁଇ ଭାଇ ପୁଣି କଳା ସାମ୍ରାଜ୍ୟ ଆରମ୍ଭ କରିଥିବା ସୂଚନା ପାଇଥିଲା କ୍ରାଇମବ୍ରାଞ୍ଚ ।
ତେବେ ଆଜି ଭୋର ସମୟରେ ଟିଟୋର ବାସଭବନରେ ଚଢାଉ କରି ଦୁଇ ଭାଇଙ୍କୁ ଉଠାଇ ନେଇଛି । ଟିଟୋର ୨ ଭାଇ ହେଲେ ଜି. ବାବୁ ଓ ଏସ୍.କେ. ଜିତୁ । ଏହାସହ ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତ ବର୍ଷ ଜୁଲାଇ ୨୮ ତାରିଖରେ ଟିଟୋ ସହ ତାର ୬ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଚଣ୍ଡିଖୋଲରୁ ଗିରଫ କରିଥିଲା । ଏହାପରେ ଟିଟୋର ବିଭିନ୍ନ ବେଆଇନ ବ୍ୟବସାୟ ନେଇ ଟେର ମିଳିଥିଲା ।
ତେଣୁ ଲଗାତାର ଭାବେ କ୍ରାଇମବ୍ରାଞ୍ଚ ଏବଂ ପୋଲିସ ମିଳିତ ଭାବେ ଟିଟୋକୁ ଜେରା କରିବା ସହ ତାହା ଘର ଉପରେ ରେଡ କରିଥିଲେ । ଏପରିକି ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଥିଲା ।