March 24, 2023

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

1 min read

ଆଓରି-ଭୁବନେଶ୍ଵର(୧୯/୦୬) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୨୬ ହଜାର ୬୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ୨୬ ହଜାର ୬୬୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଥିବାବେଳେ ଏମସିଏରେ ସ୍ମିତାରାଣୀ ଚୌଧୁରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ରାଙ୍କ ହାସଲ କରିଛନ୍ତି। ସେହିପରି ଏମ. ଟେକ୍‌ରେ ପ୍ରଦୀପ କୁମାର ବାରିକ, ଏମ. ଫାର୍ମାରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ, ବି. ଫାର୍ମାରେ ସମୀର କୁମାର ପାଢ଼ୀ, ଲାଟେରାଲ ଏଣ୍ଟ୍ରି ଫାର୍ମାସୀରେ ଅମିତ କୋଟାଲ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସିରେ ଭବାନୀ ଶଙ୍କର ବେହେରା, ଇଣ୍ଟିଗ୍ରେଟେଡ ଏମବିଏରେ ସ୍ବୀକୃତି ମହାପାତ୍ର, ଲାଟେରାଲ ଏଣ୍ଟ୍ରି ଏମସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି। ରାଙ୍କ ପାଇ ନ ଥିବା ୬ଛାତ୍ରଛାତ୍ରୀ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.