May 18, 2024

ପାଣ୍ଡିଆନଙ୍କ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାର ତଦନ୍ତ କରିବ ସିବିଆଇ

1 min read

ଆଓରି-ଭୁବନେଶ୍ଵର:(୨୮/୦୫) ଅଡୁଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ସଚିବ ଭି କାର୍ତିାକେୟନ ପାଣ୍ଡିଆନ୍ । । ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟର । କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଲିଗାଲ ନୋଟିସ ଦେଇଛି ଏହି ସଂସ୍ଥା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଭିଯୋଗ ଆଧାରେ ଏହି ନୋଟିସକୁ ପଠାଯାଇଛି ।
ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟର ଅଧ୍ୟକ୍ଷ ଦେବାଶୀଷ ମିଶ୍ରଙ୍କ ଦସ୍ତଖତ ଥିବା ନୋଟିସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରାଇଭେଟ୍ ସେକ୍ରେଟେରି ଥିବା ପାଣ୍ଡିଆନ ସମ୍ପତି ତାଙ୍କ ଆୟ ତୁଳନାରେ ଅଧିକ ଥିବା କୁହାଯାଇଛି । ପାଣ୍ଡିଆନ୍ କିଭଳି ଗଂଜାମର ଜିଲ୍ଲାପାଳ ଥିବା ବେଳେ ଜଣେ ଊଓ ଙ୍କଠାରୁ ଦୁଇ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ ଓ ନମିଳିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ ତା ବାବଦରେ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସିବିଆଇ ଓ ଇଡି ତଦନ୍ତ ଆଦେଶ ନଦେଲେ ସଂଗଠନ ସୁପ୍ରିମ କୋର୍ଟ ଯିବାକୁ ଚେତାବନୀ ଦେଇଛି ।
ସଙ୍ଗଠନ ପକ୍ଷରୁ ୩ ପୃଷ୍ଠା ସମ୍ବଳିତ ଏହି ଅଭିଯୋଗ ପତ୍ରରେ ୨୦୦୦ ମସିହାରୁ ଓଡିଶାର ରାଜନୀତିର ସ୍ଥିତି ସହ ପାଣ୍ଡିଆନ୍ ଙ୍କ ଭୂମିକାକୁ ଉଲେଖ କରାଯାଇଛି । ଏପରି ଅଭିଯୋଗ ପରେ ରାଜ୍ୟ ରାଜନୀତି ମହଲରେ କମ୍ପନ ଦେଖାଦେଇଛି । ରାଜ୍ୟ ରାଜନୀତିରେ ଅଣଓଡିଆ ଅଫିସରଙ୍କ ବିରୋଧରେ ବିରୋଧୀ ଦଳ ଗୁଡିକ ଏହିପରି ଅଭିଯୋଗ ଉଠାଇଥିବା ବେଳେ ସଙ୍ଗଠନର ଏପରି ଲିଗାଲ୍ ନୋଟିସ ପଠାଇବାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଇଏଏସ ଅଫିସର କାର୍ତ୍ତିକେୟନ ପାଣ୍ଡିଆନ୍ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.