ଜୁନ୍ ୧୩ ତାରିଖକୁ ଘୁଞ୍ଚିଲା ବିପିୟୁଟି ପରୀକ୍ଷା
1 min read
ଆଓରି-ଭୁବନେଶ୍ୱର(୧୪/୦୫) : ଘୁଞ୍ଚିଲା ବିପିୟୁଟି ପରୀକ୍ଷା । ଏହାକୁ ଘୁଞ୍ଚାଯାଇ ଜୁନ୍ ୧୩ ତାରିଖରେ ହେବ ବୋଲି ସୂଚନା ମିଳିଛି । ତେବେ ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି । ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି । ଏନେଇ ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି ।