March 26, 2023

ଇଦ୍ ଅବସରରେ ମୁକ୍ତିଲାଭ କଲା ସଲମାନ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’

1 min read

ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ ବୁଧବାର ଇଦ୍‍ ଅବସରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀ ଖୁବ୍‍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳୁଛି। ଚଳଚ୍ଚିତ୍ର ପାଇଁ ପ୍ରବଳ ମାତ୍ରାରେ ଆଗୁଆ ଟିକେଟ ବୁକିଂ କରାଯାଇଥିବା ବେଳେ ଏହା ପ୍ରଥମ ଦିନରେ ଅନେକ ରେକର୍ଡ଼ ଭାଙ୍ଗିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି। ମୁକ୍ତିଲାଭର ପ୍ରଥମ ଦିନରେ ‘ଭାରତ’ ୩୫-୪୦ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଟ୍ରେଡ଼ ଆନାଲିଷ୍ଟ ସୁମିତ କାଦେଲ ପୂର୍ବାନୁମାନ କରିଛନ୍ତି।

ସୂଚନାଯୋଗ୍ୟ, ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ, ଜ୍ୟାକି ଶ୍ରଫ୍‍, ସୁନୀଲ ଗ୍ରୋଭର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.