May 19, 2024

ଦେଶହିତ କାମ କରିବାକୁ ହେଲେ ଦେଶବାସୀଙ୍କ ରାଗ, ଅଭିମାନ ସହିବାକୁ ପଡିବ: ନରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୨୦/୧୨) : ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦେଶର କିଛି ସ୍ଥାନ ବିକ୍ଷୋଭ ଚାଲିଥିବାବେଳେ ପିଏମ ମୋଦି  ଶୁକ୍ରବାର ଦିନ  ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି ଯୋଗଦେଇ କହିଛନ୍ତି, ଦେଶର ହିତ ପାଇଁ କାମ କରିବାକୁ ହେଲେ ଦେଶବାସୀଙ୍କ ରାଗ, ଅଭିମାନ ସହିବାକୁ ପଡିବ । ତେବେ ଏଥିସହିତ ମୋଦି ଅର୍ଥବ୍ୟବସ୍ଥା, ଜିଏସଟି ଓ ଇଜି ଡୁଇଙ୍ଗର ରାଙ୍କିଙ୍ଗ ନେଇ ASSOCHAM କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିଛନ୍ତି। ୨୦୧୪ରେ ଥିବା ମାନ୍ଦା ଅର୍ଥବ୍ୟବସ୍ଥା ଏବଂ ସେତେବେଳେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ଦେଶର ପରିଚୟକୁ ନେଇ ବର୍ଷିଛନ୍ତି ମୋଦି। ମୋଦି ସିଧା ଏ ସମ୍ପର୍କରେ ବିରୋଧିକୁ ଟାର୍ଗେଟ କରିଥିଲେ ।

ପିଏମ ମୋଦି  କହିଛନ୍ତି ଯେ, ୨୦୨୦ ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣି ଆସୁ । ଦେଶର ଅର୍ଥବ୍ୟବସ୍ଥାର ସୁଦୃଢତାକୁ ନେଇ ମୋଦି କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ଦେଶ ମଜଭୁତ ହୋଇଛି । ୫ ବର୍ଷ ପୂର୍ବରୁ ଆମ ଅର୍ଥବ୍ୟବସ୍ଥା ଧ୍ଵଂସ ଆଡକୁ  ଅଗ୍ରସର ହେଉଥିଲା । କିନ୍ତୁ ଆମ ସରକାର ଏହାକୁ ରୋକିବାରେ ସଫଳ ହୋଇଛି।  ଆଉ ଦେଶକୁ ମଜଭୁତ କରି ଅନ୍ତରାଷ୍ଟ୍ରୀୟ ସ୍ତରେର ଠିଆ କରାଇଛି ।  ଆଜି ୫ ଟ୍ରିଲିୟନ ଡଲାରର ଇକନୋମି ପାଇଁ ମଜଭୁତ ହୋଇଛି ଦେଶ ।  ଯେପର୍ଯ୍ୟନ୍ତ ପୁରା ଦେଶ ଏକତ୍ର ହୋଇ ଲକ୍ଷକୁ ନିର୍ଦ୍ଧାରଣ ନ କରିଛି ସେପର୍ଯ୍ୟନ୍ତ ଲକ୍ଷ ପୁରା ହୋପାରିବ ନାହିଁ । ଯେତେବବେଳେ ମୁଁ ଏହି ଲକ୍ଷକୁ ନେଇ ଅଗ୍ରସର ହୋଇଥିଲି ମୁଁ ଜାଣିଥିଲି ଏହାର ବିରୋଧ ହେବ ବୋଲି । ତେବେ ସିଧା ସିଏଏକୁ ନେଇ ଏହି ପ୍ରସଙ୍ଗ ରଖିଥିଲେ ମୋଦି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.