May 19, 2024

କେନ୍ଦ୍ର ସରକାରଙ୍କ ପକ୍କାଘର ଯୋଜନାକୁ ନିଜର କହି ମିଛ ପ୍ରସଂଶା ପାଉଛନ୍ତି ରାଜ୍ୟ ସରକାର: ଲେଖାଶ୍ରୀ

1 min read
Lekhashree-Samantsinghar-Aajira-Odisha

ଆଓରି-ଭୁବନେଶ୍ଵର(୧୬/୦୯) : କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜ ମୋହର ଲଗାଇ ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିର ସାମ୍ୱାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଆସନ୍ତାକାଲି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାକୁ ଯାଉଥିବା ୪ଲକ୍ଷ ଘର ପ୍ରଧାନମନ୍ତ୍ରୀ ଯୋଜନାର ଅନ୍ତର୍ଭୁକ୍ତ ।

ମାତ୍ର ରାଜ୍ୟ ସରକାର ଦେଇଥିବା ବିଜ୍ଞାପନର କୌଣସି ଯାଗାରେ କେନ୍ଦ୍ର ସରକାରଙ୍କ ନାଁ ନାହିଁ । ବିଜୁ ପକ୍କାଘର ଏକ ଭୂତ ଯୋଜନା ବୋଲି ଲେଖାଶ୍ରୀ କଟାକ୍ଷ କରିଛନ୍ତି । ବିଗତ ୩ଟି ବଜେଟରେ ସରକାର ପକ୍କା ଘର କଥା ଉଠାଇ ନାହାନ୍ତି । ନବୀନ ୫ବର୍ଷ ଭିତରେ ୨୦ଲକ୍ଷ ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୩ଲକ୍ଷ ଘର ଯୋଗାଇ ଦିଆଯାଇଛି । ଯେଉଁଥିରୁ ଅନେକାଂଶ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଅନ୍ତର୍ଭୁକ୍ତ । ଚାଲାକ ନବୀନ ଓଡିଆଙ୍କୁ ଭୁତାଉଥିବା ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.