May 20, 2024

କେନ୍ଦ୍ରାପଡାରେ ଫେରିଲା ଶାନ୍ତି ; ପରିସ୍ଥିତିର ସମୀକ୍ଷା କଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ

1 min read
Kendrapara-144-Section-Aajira-Odisha

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ବେଳେ କେନ୍ଦ୍ରାପଡାରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଥମିଛି । ଧୀରେ ଧୀରେ ସହରକୁ ଶାନ୍ତି ଫେରିଛି ।ଗତକାଲି ପୋଲିସ ଶାନ୍ତି କମିଟି ସହ ଆଲୋଚନା କରି ସହରରେ ଲଗାଇଥିବା କର୍ଫ୍ୟୁକୁ ସକାଳ ୬ଟାରୁ ହଟାଇ ନେଇଛି । ତେବେ କାଁଭାଁ ଗଣ୍ଡଗୋଳ ଆଶଙ୍କାରେ ୧୪୪ ଧାରା ଜାରି ରହିଛି  ।

ତେବେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ, ସୁବାଷ ଗନ୍ତାୟତ, ଭୁବନ ମୋହନ ଜେନା ପ୍ରମୁଖ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ନେତାଜୀ ଜୟନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା । ଏହି ଅବସରରେ ଜିଲ୍ଲାର ହଜାର ହଜାର କର୍ମୀ ସଭାରେ ଯୋଗଦେଇଥିଲେ ।  ଏହାକୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ସଭା ଆୟୋଜନକୁ ବିରୋଧ କରିଥିଲେ । ପଡିଆରେ ଯଦି ଜଲସା ପାଳନକୁ ଅନୁମତି ଦିଆଗଲାନାହିଁ ତେବେ ସୁଭାଶ ବୋଷ ଜୟନ୍ତି ପାଇଁ କେମିତି ଅନୁମତି ଦିଆଗଲା ବୋଲି ଗୋଟିଏ ଗୋଷ୍ଟି ପ୍ରଶ୍ନ କରିଥିଲା  । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ  । ଏହି ଘଟଣା ପରେ ଜିଲ୍ଲା ଏସପି ନିତିଶୋଖର ଓ ଜିଲ୍ଲାପାଳ ହାଇସ୍କୁଲ ପଡିଆରେ ପହଞ୍ଚି ଉତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରିବା ସହ ୧୪୪ ଧାରା ଜାରି କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.