ପୁରୀରେ ପାଳିତ ହେଲା ଜାତୀୟ ମତଦାତା ଦିବସ
1 min read
ଆଓରି-ଭୁବନେଶ୍ଵର(୨୫/୦୧) : ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ମତଦାତା (ଭୋଟର) ଦିବସ ପାଳନ କରାଯାଇଛି। ଏହି ଅବସରରେ ସକାଳେ ସିଂହଦ୍ୱାରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶତାଧିକ ଛାତ୍ରୀଛାତ୍ର ଭାଗ ନେଇଥିବା ଏହି ଶୋଭାଯାତ୍ରା ପରିକ୍ରମା ପରେ ଆୟୁର୍ବେଦ ମହାବିଦ୍ୟାଳୟଠାରେ ପହଞ୍ଚତ୍ଥିଲା । ପରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମାବେଶ ଅନୁଷ୍ଠିତ ହୋଇ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଯୁବ ଭୋଟରମାନଙ୍କୁ ନୂତନ ଫଟୋ ପରିଚୟପତ୍ର ଦିଆଯାଇ ନାଗରିକର ସ୍ଵୀକୃତି ପ୍ରଦାନ କରାଯାଇଛି।