April 19, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ପରିବାରର ଖର୍ଚ୍ଚ ଭାରର ଆଧିକ୍ୟ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା ବିଚଳିତତାର କାରଣ ହୋଇପାରେ। କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ ସାଙ୍ଗକୁ ବ୍ୟବସାୟିକସ୍ଥିତି ପ୍ରାୟତଃ ହାଲୁକା ରହିବ। ସଭାସମିତି, ସଙ୍ଗୀତ ଚର୍ଚ୍ଚା, କଳା, ସାହିତ୍ୟ ସବୁ ଦିଗରୁ ଖୁସି ମନେଇବେ।

ବୃଷ : ଆଜିର ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମାନସିକ ପ୍ରଫୁଲ୍ଲତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ କାମ ହାସଲ ଦିଗରେ ସାହାଯ୍ୟ କରିବ। କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ଓ ପରୋକ୍ଷ ଶତ୍ରୁତା ହେତୁ ଚିନ୍ତା କରିପାରନ୍ତି।

ମିଥୁନ : ମନ ଅନୁଯାୟୀ କାମ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ। ଧାର ନେଇଥିବା ବନ୍ଧୁଙ୍କୁ ବକେୟା ମାଗିବା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟାର ସୂଚନା ପାଇବେ। ରାସ୍ତାରେ ଯିବା ସମୟରେ କୌଣସି ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହେବାର ଆଶଙ୍କା ରହିଛି।

କର୍କଟ : କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡିବ। ସହକର୍ମୀ ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ବାଣିଜ୍ୟ, ବ୍ୟବସାୟ, ଭ୍ରମଣ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ସମୟ ଅନୁକୂଳ ରହିବ।

ସିଂହ : ବନ୍ଧୁ ଗହଣରେ ମନ କଥା ମନରେ ରଖି ଯଥା ସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍‌ ହେବନାହିଁ । ପାଖ ପଡୋଶୀଙ୍କ ସହାୟତାରେ ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ। ପରିବହନ, ବ୍ୟବସାୟ, ନିର୍ମାଣ, ସଙ୍ଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ। ନୂତନ କର୍ମାରମ୍ଭ, ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ପ୍ରସ୍ତୁତି ପର୍ବ ରେ ବ୍ୟସ୍ତ ରହିପାରନ୍ତି।

କନ୍ୟା : କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସହକର୍ମୀଙ୍କ ଘରୋଇ ବ୍ୟାପାର କିମ୍ବା ସ୍ପର୍ଶକାତର କଥାରେ ଚିହ୍ନା ପଡିବା ସମସ୍ୟାକୁ ବଢାଇ ଦେଇପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଲୋକ ସମ୍ପର୍କ, ଗଠନ ମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ।

ତୁଳା : କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ କରିବା ସକଶେ ଟଙ୍କା ଯୋଗାଡ କରିବାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ନୂତନଗାଡି, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମଉତ୍ସବ, ସଙ୍ଗୀତ ଆସରରେ ନିଜକୁ ସାମିଲ କରିପାରନ୍ତି।

ବିଛା : ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି। ଶନିଙ୍କ ପ୍ରଭାବରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଫଳରେ କେତେକ କାମ ଅଟକି ରହିଯାଇପାରେ। ପୂର୍ବ ସ୍ଥିରୀକୃତ ଯୋଜନା ପରିସ୍ଥିତି ଅନୁଯାୟୀ ବଦଳିଯିବାର ସୂଚନା ରହିଛି।

ଧନୁ : ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ। ଆଜିର ଯାତ୍ରା, କଳା ସାହିତ୍ୟ, ସଙ୍ଗୀତ, କ୍ରୀଡା,ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅର୍ଥ ସଂକଟ ଦୂରେଇ ଯିବାର ସମ୍ଭାବନା ରହିଛି।

ମକର : ଅଷ୍ଟମ ଚନ୍ଦ୍ରଜନିତ କେତେକ ଅତୀତ ସ୍ମୃତିଚାରଣ ମାନସିକ ଅସ୍ଥିରତାର କାରଣ ହୋଇପାରେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। ଯାତ୍ରାକାଳରେ ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କରିପାରନ୍ତି। ଆଇନ, ଅଦାଲତ, ପ୍ରଶାସନ, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।

କୁମ୍ଭ : ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ଭ୍ରମଣ, ସଭାସମିତି, ଆଲୋଚନା ଓ ବନ୍ଧୁମିଳନର ସୁଯୋଗ ପାଇବେ।

ମୀନ : ଆଜିର ଦିନଟିରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କଠିନ ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଉପଲବ୍ଧି କରିବେ। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.