March 21, 2023

ଓଡିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ

1 min read

ଆଓରି-ଭୁବନେଶ୍ଵର(୦୪/୦୬) : ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଗତ ମେ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ ହାରି ଯାଇଛନ୍ତି।

ଓଡିଆ ଟିଭି ଜଗତରେ ମଧ୍ୟ ସଲିଲ୍‌ ମିତ୍ର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ୧୯୯୯ ମସିହାରେ ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏତଦ୍ ବ୍ୟତୀତ ସେ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ହେଉଛି ଅର୍ଜୁନ (୨୦୦୫), ଶୁଭ ବିବାହ (୨୦୧୦), ହିରୋ ପ୍ରେମ କଥା (୨୦୧୧), ବାଳୁଙ୍ଗା ଟୋକା (୨୦୧୧), କେବେ ତୁମେ ନାହଁ କେବେ ମୁଁ ନାହିଁ (୨୦୧୨), ତୁ ମୋ ଆରମ୍ଭ ତୁ ମୋ ଶେଷ (୨୦୧୨), ଗଞ୍ଜା ଲଢେଇ (୨୦୧୪), ଗପ ହେଲେ ବି ସତ (୨୦୧୫), ଏବଂ ସିଷ୍ଟର ଶ୍ରୀଦେବୀ (୨୦୧୭), ଲଭ୍ ପାଇଁ କୁଛ୍ ଭି କରେଗା (୨୦୧୮) ଇତ୍ୟାଦି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.