May 19, 2024

ନିଜର ଓଜନ କମ୍ କରିବା ବା ଖାଦ୍ୟ ହଜମ କରିବା ପାଇଁ ଯଦି ଲେମ୍ବୁ ପାଣି ପିଉଥାନ୍ତି , ତେବେ ସାବଧାନ୍!

1 min read

ଆଓରି-ଭୁବନେଶ୍ଵର(୦୫/୦୮):: ଅନେକ ଲୋକ ପ୍ରତିଦିନ ନିଜର ଓଜନ କମ୍‌ କରିବା ପାଇଁ ସକାଳେ ଲେମ୍ବୁ ପାଣି ପିଅନ୍ତି। ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍‌ ଖବର। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍‌ ମନେ କରୁଛନ୍ତି।

ଜାଣନ୍ତୁ, ଲେମ୍ବୁମିଶ୍ରତ ଜଳ ପିଇଲେ ଶରୀରର କି କ୍ଷତି ହୋଇଥାଏ। ଅଧିକ ମାତ୍ରାରେ ଲେମ୍ବୁ ସେବନ ଫଳରେ ଶରୀରରେ ଭିଟାମିନ୍‌ ସି ଓଭରଡୋଜ୍‌ ହୋଇଯାଏ। ଏହା ଯୋଗୁଁ ଶରୀରରେ ଏସିଡିଟିର ସମସ୍ୟା ଉପୁଜିପାରେ। ଏଣୁ ମନେ ରଖନ୍ତୁ ଯଦି ଲେମ୍ବୁ ପାଣି ପିଉଛନ୍ତି, ତେବେ ଦିନକୁ ଦୁଇ କପ୍‌ରୁ ଅଧିକ ସେବନ କରନ୍ତୁ ନାହିଁ।

ଲେମ୍ବୁରେ ସିଟ୍ରସ୍‌ ଏସିଡ୍‌ ଥାଏ, ଯାହା ଆମର ଦାନ୍ତର କୋଟିଂର କ୍ଷତି କରିଥାଏ। ଯେତେବେଳେ ଲେମ୍ବୁ ପାଣି ପିଉଛନ୍ତି, ସେତେବେଳେ ଷ୍ଟ୍ର ଲଗାଇ ପିଅନ୍ତୁ।

ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇଲେ ଶରୀରେ ଥିବା ଜରୁରୀ ପୋଷକ ତତ୍ତ୍ୱ ଶୁଷ୍କ ହୋଇଯାଏ ଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଯାଏ। ଖାଲି ସେତିକି ନୁହେଁ ଏହା ଫଳରେ ଷ୍ଟୋନ୍‌ ହେବାର ମଧ୍ୟ ଆଶଙ୍କା ରହିଛି। ଅନେକ ସମୟରେ ତୈଳାକ୍ତ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଉଦ୍ଦେଶ୍ୟରେ ଯେଉଁମାନେ ଲେମ୍ବୁ ପାଣି ପିଇଥାନ୍ତି, ସେମାନେ ଭୁଲି ଯାଆନ୍ତି ଯେ, ଏହାଫଳରେ ପେଟରେ ଅମ୍ଳର ମାତ୍ରା ବଢ଼ିଯାଏ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.