May 8, 2024

ବଙ୍ଗୋପସାଗରରେ ପୁଣି ଡିପ୍ରେସନ ; ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନେଇପାରେ ଘୂର୍ଣ୍ଣିଝଡର ରୂପ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୧୦/୧୧) : ବଙ୍ଗୋପସାଗରରେ ପୁଣି ଡିପ୍ରେସନ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହା ଆଣ୍ଡାମାନଠରୁ ୨୦ କିମି ଓ ଚେନ୍ନାଇଠାରୁ ୧୩୨୦କିମି ଦୂରରେ ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡିପ୍‌ ଡିପ୍ରେସନ୍‌ ଓ ୪୦ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେବ ବୋଲି ଜଣାପଡିଛି। ୨ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ ତାମିଲନାଡୁ-ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବ।  ଘୂର୍ଣ୍ଣିଝଡର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟ ଧରଣର ବର୍ଷା ହେବା ସହ ପାଗ କୋହଲା ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାସହ ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.