ବଲିଉଡ଼ ଅଭିନେତା ବିଜୁ ଖୋଟେଙ୍କ ପରଲୋକ
1 min read
ଆଓରି-ନୂଆଦିଲ୍ଲୀ(୩୦/୦୯) : ୮୦ ଦଶକର ସୁପରହିଟ୍ ବଲିଉଡ଼ ଚଳଚ୍ଚିତ୍ର ‘ଶୋଲେ’ରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଥିବା ବିଜୁ ଆଜି ସକାଳେ ମୁମ୍ବଇ ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି।
୧୯୪୧ ମସିହା ଡିସେମ୍ବର ୧୭ ତାରିଖରେ ମୁମ୍ବଇରେ ଜନ୍ମଗ୍ରହଣ କରିଥିବା ବିଜୁ ୧୯୬୪ ମସିହାରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ। ହିନ୍ଦୀ ସମେତ ବହୁ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି ‘ଜାନେ କ୍ୟୁଁ ଦେ ୟାରୋ’, ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା। ବିଜୁ ପ୍ରାୟ ୩୦୦ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।