May 19, 2024

ପ୍ରଦୀପ ମହାରଥୀଙ୍କ ବିବେକହୀନ କାର୍ଯ୍ୟ ; ରାସ୍ତା କାଟିଥିବାରୁ ପିଲାଟିକୁ ଖାଲ ଭିତରକୁ ଠେଲିଦେଲେ

1 min read

ଆଓରି-ଭୁବନେଶ୍ଵର(୨୪/୧୨) : କେତେ ବିବେକ ହୀନ ହୋଇପାରନ୍ତି ଜଣେ ନେତା  । ଲୋକଙ୍କ ସ୍ୱାର୍ଥ ପାଇଁ ମନୋନୀତ ହୋଇ ପାଓ୍ୱାରକୁ ଆସିଲେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ ଏମାନେ  । ତେବେ ପୁଣି ଏକ ଅଶୋଭନୀୟ ତଥା ଅଗ୍ରହଣୀୟ କାଣ୍ଡ କରୁଥିବା ବେଳେ କ୍ୟାମେରାରେ କଏଦ ହୋଇଯାଇଛନ୍ତି, ମନ୍ତ୍ରୀ ପ୍ରଦୀପ ମହାରଥୀ  । ମନ୍ତ୍ରୀଙ୍କ ଏଭଳି କାରନାମାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  ।

ଟିକେ  ନଜର ପକାନ୍ତୁ, କିଭଳି ମନ୍ତ୍ରୀ ପ୍ରଦୀପ ମହାରଥୀ ବିବେକକୁ ହରାଇ ଛୋଟ ପିଲାଟିକୁ ଖାଲକୁ ଠେଲି ଦେଉଛନ୍ତି  । ପୂର୍ବରୁ ବିବାଦୀୟ ମନ୍ତବ୍ୟ ଏବଂ ଅଶାଳୀନ ବୟାନବାଜି କରି ମନ୍ତ୍ରୀ ମହୋଦୟ ଅନେକ ଥର ଚର୍ଚ୍ଚାକୁ ଆସିଥିବା ବେଳେ, ବର୍ତ୍ତମାନ ମାନ୍ୟବର ମନ୍ତ୍ରୀଙ୍କ ସବୁ କାଣ୍ଡକୁ ପଛରେ ପକାଇ ଦେଇଛି ଏଭଳି ଦୃଶ୍ୟ  ।

ଦୃଶ୍ୟଟି ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତର । ଏହି ପଞ୍ଚାୟତକୁ ବିଜେଡ଼ି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ମନ୍ତ୍ରୀ ମହୋଦୟ ଯାଇଥିଲେ  । ତେବେ ବୈଠକ ପୂର୍ବରୁ ନିଜ କର୍ମୀମାନଙ୍କ ସହ ଠିଆ ହୋଇ କୌଣସି ଆଲୋଚନା ଚାଲିଥିବା ବେଳେ ସେହି ବାଟ ଦେଇ ଛୋଟ ପିଲା ଜଣେ ଯାଉଥିଲା । ଆଉ ମନ୍ତ୍ରୀ ମହୋଦୟଙ୍କ ରାସ୍ତା କାଟିଥିବାରୁ ପାଖରେ ଖାଲ ଥିବା ଜାଣି ମଧ୍ୟ ମହାରଥୀ ବାବୁ ପିଲାଟିକୁ ଖାଲ ଭିତରକୁ ଠେଲିଦେଇଥିଲେ  ।

https://www.youtube.com/results?search_query=pradeep+maharathy+pushed+a+children

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.