May 18, 2024

ବାୟୁ ପ୍ରଦୂଷଣ ଶରୀର ଉପରେ ପକାଇଥାଏ କୁପ୍ରଭାବ

1 min read

ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ବାୟୁମଣ୍ଡଳର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବାୟୁ ପ୍ରଦୂଷଣ ଦ୍ୱାରା ସମ୍ପୂର୍ଣ୍ଣ ଜୀବଜଗତ ଗଭୀର ଭାବେ ପ୍ରଭାବିତ ହେଉଛି। ପ୍ରଦୂଷିତ ବାୟୁ ଦ୍ୱାରା ନା କେବଳ ଆମ ଶ୍ୱାସକ୍ରିୟା ପ୍ରଭାବିତ ହୋଇଥାଏ, ବରଂ ମସ୍ତିଷ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ବିଶେଷ କରି ବୟସ୍କ ବ୍ୟକ୍ତିମାନଙ୍କ ମସ୍ତିଷ୍କରେ ବାୟୁ ପ୍ରଦୂଷଣର ଏତେ ପ୍ରଭାବ ପଡ଼ିଥାଏ ଯେ, ବହୁତ ଲୋକଙ୍କ ମୁହଁରୁ ଶବ୍ଦଟିଏ କହିବା ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥାଏ। ତତ୍‍ସହିତ ହିସାବ କରିବାର କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଥାଏ।
ଆମେରିକାର ୟେଲ ଓ ଚୀନ୍‍ର ପେକିଙ୍ଗ୍‍ ବିଶ୍ୱ ବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ରୁହନ୍ତି, ତେବେ ତାଙ୍କର ମନଯୋଗ ଓ ଭାବନା ଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଥାଏ। ଏହି ପ୍ରତିକୂଳ ପ୍ରଭାବ ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖା ଦେଇଥାଏ, ବିଶେଷତଃ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହୋଇ ଥାଆନ୍ତି। ଏହି ଗବେଷଣାରେ ପ୍ରାୟ ୩୨ ହଜାର ଲୋକଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ବାୟୁ ପ୍ରଦୂଷଣର ସେମାନଙ୍କ ସ୍ୱାସ୍ଥ୍ୟ ଓ ମସ୍ତିଷ୍କ ଉପରେ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଦୁଇ ସ୍ତରରେ କ’ଣ ପ୍ରଭାବ ପକାଇଛି, ଏହାର ପରୀକ୍ଷା କରାଯାଇଥିଲା। ଏହି ଗବେଷଣାର ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ କାରଣରୁ ଲୋକମାନଙ୍କ କଥା କହିବାର କ୍ଷମତା ଅଧିକ ପ୍ରଭାବିତ ହୋଇଥାଏ। ବିଶେଷ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ବୟସ ସହ ବୃଦ୍ଧି ପାଇବାକୁ ଲାଗିଥାଏ। ଏହାସହ ହିସାବ କରିବାର କ୍ଷମତା ମଧ୍ୟ ହ୍ରାସ ପାଇଥାଏ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.