May 19, 2024

ବାତ୍ୟା ପରେ ପୁରୀରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୭

1 min read

ଆଓରି-ଭୁବନେଶ୍ଵର(୦୬/୦୫) : ବାତ୍ୟା ଫୋନି ପୁରୀରେ କରିଛି ଭୟାବହ କ୍ଷତି । ବାତ୍ୟା ପରେ ପୁରୀରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ପୁରୀ ସହର, ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ନିମାପଡା ଓ ପିପିଲିରେ ବାତ୍ୟାରେ ଅନେକ ଲୋକ ପ୍ରାଣ ହରାଇଥିବାର ସୂଚନା ମିଳିଛି । ବିଶେଷ କରି ପୁରୀ ଜିଲ୍ଲାରେ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ବାତ୍ୟାରେ ମଧ୍ୟ ହଜାରରୁ ଅଧିକ ହରିଣଙ୍କର ମୃତ୍ୟୁ ହୋଇଛି । ୫୦୦ରୁ ଅଧିକ ମେଣ୍ଢା ଓ ଗାଇ ମୃତ୍ୟୁ ବରଣ କରିଛନ୍ତି । ଶ୍ରୀ ମନ୍ଦିରରେ ମଧ୍ୟ ବାତ୍ୟା ଫୋନି ରଚିଛି ତାଣ୍ଡବ ।

ଶ୍ରୀ ମନ୍ଦିରରେ ଥିବା ଜୟଙ୍କ ମୂର୍ତ୍ତୀ ଭାଙ୍ଗିଯାଇଛି । ମନ୍ଦିର ଭିତରେ ଥିବା କଳ୍ପବୃକ୍ଷ ମଧ୍ୟ ଭାଙ୍ଗିଯାଇଛି । ଶ୍ରୀ ମନ୍ଦିରରେ ଥିବା ଲୁହାଭାରା, ଚାହାଁଣି ମଣ୍ଡପ , ଉତ୍ତର ଦ୍ୱାର , ନୀଳାଚଳ ହମବନ, କୋଇଲି ବୈକୁଣ୍ଠ ଇତ୍ୟାଦିରେ ମଧ୍ୟ କ୍ଷୟକ୍ଷତି ଘଟିଛି । ପୁରୀ ଓ ବ୍ରହ୍ମଗିରି ମଧ୍ୟରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ପୁରୀର ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବାତ୍ୟାର ପ୍ରଭାବରେ ସରକାରୀ ଅଫିସ୍ ଗୁଡିକ ମଧ୍ୟ କ୍ଷୟକ୍ଷତି ଘଟିଛି । ଏସ୍‌ପି ଅଫିସ୍, କଲେକ୍ଟର ଅଫିସ୍, ସର୍କିଟ ହାଉସ୍, ବନ୍ୟ ବିଭାଗ , ଆରଟିଓ ଅଫିସ୍ , ସଦର ବ୍ଲକ୍ ଅଫିସ୍ ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ପୁରୀ ବାଲୁକା ଖଣ୍ଡ ଅଭୟାରଣ୍ୟ ମଧ୍ୟ ଧ୍ୱସଂ ହୋଇଯାଈଛି । ପୁରୀ ମେଡିକାଲ , ତେଲ ଟାଙ୍କି , ମୋବାଇଲ ଟାୱାର ଇତ୍ୟାଦିରେ ମଧ୍ୟ କ୍ଷୟକ୍ଷତି ହୋଈଛି । ୧୦୦୦ରୁ ଉର୍ଦ୍ଧ୍ୱ ଡଙ୍ଗା ମଧ୍ୟ ଭାଙ୍ଗିଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.