March 21, 2023

କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗରି ବିଶ୍ଵ ବିନାୟକ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

1 min read
Blood Donation Camp in Keonjhar Aajira Odisha

ଆଓରି-ଭୁବନେଶ୍ଵର(୨୧/୦୨) : ରକ୍ତଦାନ ମହାପୂଣ୍ୟ ଉକ୍ତିକୁ ସାକାର କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗରି ସ୍ଥିତ ବିଶ୍ଵ ବିନାୟକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ । ଗତ ଗୁରୁବାର ବିଶ୍ଵ ବିନାୟକ ଟ୍ରଷ୍ଟ ଓ କାନାରା ବ୍ୟାଙ୍କର ମିଳିତ ଆନୁକୂଲ୍ୟ ଏବଂ ଭାରତୀୟ ରେଡକ୍ରଶ ସଂସ୍ଥା ସହଯୋଗରେ ବିଶ୍ଵ ବିନାୟକ କଲେଜ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ରକ୍ତଦାନ ଶିବିରରୁ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଏହି ରକ୍ତଦାନ ଶିବିରରେ କଲେଜର ଅଧ୍ୟକ୍ଷ କ୍ଷମା ସାଗର ମାହାନ୍ତ ଓ ଟ୍ରଷ୍ଟି କାହ୍ନୁ ଚରଣ ମାହାନ୍ତ, ସମାଜସେବୀ ସନ୍ତୋଶ କୁମାର ମାହାନ୍ତ, କାନାରା ବ୍ୟାଙ୍କର ଶାଖା ପରିଚାଳକ ବିନୋଦ କୁମାର ବେଡିଆ, ବ୍ୟାଙ୍କ ଅଧିକାରୀ ହରପ୍ରୀୟା ନାୟକ, ଜୟନ୍ତ କୁମାର କନୱାର, ରେଡକ୍ରଶ ସଂସ୍ଥା ତରଫରୁ ଜଗନ୍ନାଥ ମାହାନ୍ତ ତଥା ରେଡକ୍ରଶ କର୍ମକର୍ତ୍ତା ଅକ୍ଷୟ କୁମାର ସାହୁ, ଗୌରୀଶଙ୍କର ମଲିକ ଓ ହେମରଞନ ମାହାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.