May 19, 2024

ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏଚଏସ ଫୁଲକା

1 min read

ଆଓରି-ନୂଆଦିଲ୍ଲୀ(୦୪/୦୧) : ଲୋକସଭା ନିର୍ବାଚନ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଲେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଓ ବରିଷ୍ଠ ଆଇନଜୀବୀ ଏଚଏସ ଫୁଲକା। ୧୯୮୪ ଶିଖ ବିରୋଧୀ ଦଙ୍ଗା ପୀଡିତଙ୍କ ପାଇଁ ଆଇନଗତ ଲଢାଇ ଜାରି ରଖିଥିଲେ। କଂଗ୍ରେସ ଏବଂ ଆପ ମଧ୍ୟରେ ସମ୍ଭାବିତ ମେଣ୍ଟ ପୂର୍ବରୁ ଫୁଲକା ଇସ୍ତଫା ଦେଇଛନ୍ତି। ଦଳ ଛାଡିବା ନେଇ ଆଜି ଫୁଲକା ଗଣମାଧ୍ୟମର ପ୍ରତିନିଧୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ।

ଫୁଲକା ନିଜର ଟ୍ଵିଟରରେ ବ୍ୟକ୍ତ କରିଛନ୍ତି ଯେ ମୁଁ ଆପରୁ ଇସ୍ତଫା ଦେଇଛି। ଏହି ଇସ୍ତଫା ପତ୍ର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ହସ୍ତାନ୍ତର କରିଛି। ସେ ମୋତେ ଇସ୍ତଫା ଦେବାକୁ ମନା କରିଥିଲେ ମଧ୍ୟ ମୁଁ ମୋ କାମ କରିଛି। ଦିଲ୍ଲୀର ରାୟସୀନା ରୋଡସ୍ଥିତ ପ୍ରେସକ୍ଲବ ଗଣ ମାଧ୍ୟମର ପ୍ରତିନିଧୀଙ୍କୁ ଦଳ ଛାଡିବାର କାରଣ ଶୁକ୍ରବାର ଅପରାହ୍ନ ୪ରେ ଜଣାଇବି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.