ଜାତୀୟବାଣିଜ୍ୟ

ବାର୍ଷିକ ୧କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଲାଭବାନ ହେବେ ; ଅରୁଣ ଜେଟଲି

ଆଓରି-ନୂଆଦିଲ୍ଲୀ(୦୨/୧୨) : ସରକାର ଆରମ୍ଭ କରିଥିବା ସ୍ଵାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଗେମ୍‌ ଚେଞ୍ଜର ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ ୬.୮୫ ଲକ୍ଷ ଗରୀବ ଲୋକ ଏହା ଦ୍ୱାରା ମାଗଣା ଚିକିତ୍ସା ସୁବିଧା ଲାଭ କରିଥିବା ଜେଟଲୀ ମଙ୍ଗଳବାର କହିଛନ୍ତି। ଶୁଭାରମ୍ଭ ହେବା ପରଠାରୁ ଦୈନିକ ୫,୦୦୦ କ୍ଲେମ୍‌  ସମାଧାନ ହେଉଛି। ଏହି ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଆଗାମୀ କିଛି ଦିନରେ ବାର୍ଷିକ ୧ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବାର ଆଶା ରହିଛି ବୋଲି ଜେଟଲୀ ଏକ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ବର୍ତ୍ତମାନ ୧୬,୦୦୦ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ସାମିଲ ହୋଇ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। ଏହି ଧାରା ବୃଦ୍ଧି ହେବା ସହ ନୂଆ ନୂଆ ହସ୍ପିଟାଲ ଯୋଡି ହେଉଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରାଉଥିବା ହସ୍ପିଟାଲଗୁଡ଼ିକ ମଧ୍ୟରେ ପ୍ରାୟ ୫୦% ହସ୍ପିଟାଲ ଘରୋଇ ହସ୍ପିଟାଲ ଥିବା ଜେଟଲୀ ସ୍ପଷ୍ଟ କରିଛନ୍ତି। ଦେଶର ଚିକିତ୍ସା ସୁବିଧା ଲାଭ କରିବାକୁ ସକ୍ଷମ ହେଉ ନ ଥିବା ୪୦% ଗରିବ ପରିବାରକୁ ସହାୟତା ପ୍ରଦାନ କରିବାକୁ ସରକାର ଏଭଳି ଏକ ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button