May 20, 2024

୮୦୦ ବର୍ଷ ପରେ ସାବରୀମାଳା ମନ୍ଦିରରେ ପ୍ରବେଶ କଲେ ୨ଜଣ ମହିଳା

1 min read
women-enter-sabarimala-temple-aajira-odisha

ଆଓରି-ନୂଆଦିଲ୍ଲୀ(୦୨/୦୧) : କେରଳର ସାବରୀମାଳା ମନ୍ଦିର ଭିତରେ ୫୦ ବର୍ଷରୁ କମ୍‌ ବୟସର ଦୁଇ ମହିଳା ବୁଧବାର ଦିନ ପ୍ରବେଶ କରିଥିଲେ । ଏହାସହ ଭଗବାନ ଆୟପ୍ପାଙ୍କ ଦର୍ଶନ ସହ ପୂଜା କରିଥିବା ଜଣାପଡ଼ିଛି । ୪୦ ବର୍ଷ ପାଖାପାଖି ବୟସର ଏହି ଦୁଇ ମହିଳାଙ୍କ ନାମ ବିନ୍ଦୁ ଏବଂ କନକଦୁର୍ଗା ବୋଲି ଜଣାଯାଇଛି ।

ଭୋର ୩.୪୫ବେଳେ ଦୁଇ ମହିଳା ପାହାଡ଼ ଶିଖରରେ ଥିବା ଏହି ତୀର୍ଥକ୍ଷେତ୍ରରେ ପହଞ୍ଚିଥିଲେ । ପାରମ୍ପରିକଭାବେ ସେମାନେ କଳା ପୋଷାକ ପିନ୍ଧିବା ସହିତ ପୁଲିସ୍‌ ସୁରକ୍ଷା ବଳୟରେ ପହଞ୍ଚିଥିବା ଭିଡିଓରୁ ଜଣାଯାଉଛି । ସୁପ୍ରିମକୋର୍ଟରୁ ସାବରୀମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ କରିବାର ଅନୁମତି ମିଳିବାର ତିନି ମାସ ପରେ ଏହି ଦୁଇ ମହିଳା ପ୍ରବେଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ମହିଳାମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ୮୦୦ ବର୍ଷ ପରେ ଦୁଇ ଜଣ ମହିଳା ସାବରୀମାଳା ମନ୍ଦିରରେ ପ୍ରବେଶ କରି ଭଗବାନ ଆୟପ୍ପାଙ୍କ ପୂଜା କରିଛନ୍ତି ।  ଚଳିତ ବର୍ଷ ୨୮ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ସବୁ ବୟସର ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ପ୍ରଦାନ କରିଥିଲେ ।

ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କେରଳର ରାଜ ପରିବାର, ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ବହୁ ହିନ୍ଦୁ ସଂଗଠନ ପୁର୍ନବିଚାର ଯାଚିକା ଦାଏର କରିଥିଲେ । କିନ୍ତୁ କୋର୍ଟ ଏହାକୁ ଏଡ଼ାଇ ଯାଇଥିଲେ । ଏହାପୂର୍ବରୁ ସାବରୀମାଳା ମନ୍ଦିରରେ ୧୦- ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ନିଷେଧ ଥିଲା  । ଏହି ପ୍ରଥା ଦୀର୍ଘ ୮୦୦ ବର୍ଷ ଧରି ଚାଲି ଆସିଥିଲା  । ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ସାରା ରାଜ୍ୟରେ ବିରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.