ବିଶେଷରାଜ୍ୟ

ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ଯତ୍ନର ଦର୍ଶନ ଉପରେ ୱେବିନାର ଅନୁଷ୍ଠିତ

ଆଓରି-ଭୁବନେଶ୍ଵର(02/06) :ଶିକ୍ଷାଦାନ ଏବଂ ଛାତ୍ର ଛାତ୍ରୀଙ୍କ ଯତ୍ନର ଦର୍ଶନ ଉପରେ ଏକ ୱେବିନାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେଶାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (SISER) ଏବଂ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ପୋୱେରମେଣ୍ଟ ଅଫ ପର୍ସନ ଉଇଥ ଭିଜୁଆଲ ଡିଜେବିଲିଟି (NIEPVD) ର ମିଳିତ ସହଯୋଗରେ ଗତ ୩୦.05.2021 ଦିନ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାର ସରକାରଙ୍କ ଡେପୁଟି ସେକ୍ରେଟେରୀ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ୱାଗତ ଅଭିଭାଷଣରେ କହିଥିଲେ ଆମର ବର୍ତ୍ତମାନର ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ତମ ଚାକିରି ଏବଂ ବେତନ ପାଇବା ଲକ୍ଷ୍ୟ ରଖି ଅଧୟନ କରୁଛନ୍ତି କିନ୍ତୁ ଏହା ଯେପର୍ଯ୍ୟନ୍ତ ସେମାନଙ୍କ ପାଠପଢା ସହିତ ଚରିତ୍ରରେ ଉନ୍ନତି ନହେଉଛି ସମାଜରେ ପ୍ରକୃତ ବିକାଶ ହୋଇପାରିବ ନାହିଁ, ତେଣୁ ନୈତିକ ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଏହି ୱେବିନାର NIEPVDର ନିର୍ଦ୍ଦେଶକ ଡ଼ ହିମାଂଶୁ ଦାସ ଉଦ୍‌ଘାଟନୀ ଭାଷଣରେ କହିଥିଲେ ଏହି ଉଦ୍‌ଘାଟନୀ ଭାଷଣରେ ତାଙ୍କ ସହକର୍ମୀମାନଙ୍କ ଏହି ଭଳି ବିଷୟ ଉପରେ ୱେବିନାର ଆୟୋଜନ କରିଥିବାରୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ । ଡ଼ ଦାସ କହିଥିଲେ ବର୍ତ୍ତମାନ ଆମର ପାଠ୍ୟକ୍ରମରେ ଦର୍ଶନ ଓ ନୈତିକତା ଯୋଗ କରିବାର ଏହା ହେଉଛି ଉପଯୁକ୍ତ ସମୟ| ପୂର୍ବରୁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ନିର୍ମାଣ ଏବଂ ଆଧ୍ୟାତ୍ମିକତା ଉପରେ ଧ୍ୟାନ ଦେଉଥିଲେ ଏବଂ ଆଗାମୀ ଦିନରେ ଆମେ ଆମର ପାଠ୍ୟକ୍ରମରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ।

ଆନ୍ତର୍ଜାତୀୟ ପ୍ରଫେସର କ୍ରିୟା ଯୋଗୀ, ପୂର୍ବତନ ପ୍ରଫେସର ତଥା ବିଶିଷ୍ଟ ବକ୍ତା ସ୍ୱାମୀ ସମର୍ପଣାନନ୍ଦ ଗିରି ମୁଖ୍ୟ ଅତିଥି ତଥା ବକ୍ତା ଭାବରେ କହିଛନ୍ତି ଯେ ଶିକ୍ଷା ହେଉଛି ସମାଜ ପାଇଁ ଏକ ଟ୍ରାନ୍ସଫର୍ମରର ଟୁଲ ଏବଂ ଆଧ୍ୟାତ୍ମିକତା ଓ ଗୁଣାତ୍ମକ ଶିକ୍ଷା ବିନା ଦେଶ କିମ୍ବା ସମାଜ ମରୁଭୂମି ଅଟେ। ସେ ଦେଶର ବଜେଟ୍ ନିର୍ମାତାମାନଙ୍କୁ ଅନୁରୋଧ କରି କହିଥିଲେ ପ୍ରତିରକ୍ଷା କିମ୍ବା ଅନ୍ୟ ବିଭାଗ ଅପେକ୍ଷା ଶିକ୍ଷା ପାଇଁ ଅଧିକ ଖର୍ଚ୍ଚ ଅଧିକ ବଜେଟ ରଖିବା ଆବଶ୍ୟକ | ସେ ମଧ୍ୟ ସମସ୍ତ ଶିକ୍ଷକ ମାନଙ୍କୁ ବ୍ରହ୍ମଚର୍ଯ୍ୟ ଉପରେ ଧ୍ୟାନ ଦେଇ ଯଥାସମ୍ଭବ ଶିକ୍ଷାଦାନ କଲେ ନିଶ୍ଚୟ ଜଣେ ଭଲ ଛତ୍ର ଛାତ୍ରୀ ସହିତ ଭଲ ମଣିଷ ପ୍ରସ୍ତୁତ କରିପାରିବେ।

ଅନ୍ୟତମ ଅତିଥି ତଥା ସମ୍ମାନିତ ବକ୍ତା ଭାବରେ ଇଞ୍ଜିନିୟର ଶ୍ରୀ ସଂଗ୍ରାମ ଧର ଆଲୋଚନା କରିଥିଲେ ଯେ ଆମ ଦେଶକୁ ବିଶ୍ଵଗୁରୁ ଭାବେ ଦେଖିବାକୁ ଚାହୁଁଛୁ ତାହେଲେ ବର୍ତ୍ତମାନ ତଥା ଆଗାମୀ ପିଢ଼ିକୁ ଆମର ଗୌରବମୟ ଇତିହାସ, ପୌରାଣିକ ତଥ୍ୟ , ସଂସ୍କୃତି, ଏତିହ୍ୟ, କଳା ଇତ୍ୟାଦି ବିଷୟରେ ସୁସଚେତନ କରାଇବା ନିହାତି ଆବଶ୍ୟକ ଏବଂ ଏହି ଜିନିଷଗୁଡିକ ଆମ ପାଠ୍ୟ ଖସଡାରେ ରେ ଅନ୍ତର୍ଭୁକ୍ତ କରିବା ଯେପରି ପ୍ରାଣ ବିନା ଶରୀର ମୂଲ୍ୟହୀନ ସେହିପରି ଚରିତ୍ରହୀନ ଶିକ୍ଷା ମଧ୍ୟ ମୂଲ୍ୟହୀନ | ସେ ସମସ୍ତ ଶିକ୍ଷକ

ମାନଙ୍କୁ ଅନୁରୋଧ କରିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଙ୍କୁ ଉଭୟ ଜ୍ଞାନ ଏବଂ ଚରିତ୍ରରେ ସେମାନଙ୍କଠାରୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତୁ, ଯଦି ଏହା ସମ୍ଭବ ହୋଇପାରେ ତେବେ ଆମ ଦେଶକୁ ଦିବ୍ୟ ଏବଂ ସୁନ୍ଦର କରିବା ପାଇଁ କେହି ଆମକୁ ଅଟକାଇ ପାରିବେ ନାହିଁ |

NIEPVD ସଂସ୍ଥାର ଅତିରିକ୍ତ ପ୍ରଫେସର ଡ଼ ଜସମେର ସିଂ କହିଥିଲେ ଆଜି ଅଧିବେଶନ ହେଉଛି ପୂର୍ବ ଅଧିବେଶନ ଅପେକ୍ଷା ସର୍ବୋତ୍ତମ ଏବଂ ମାନ୍ୟବର ବକ୍ତାମାନଙ୍କଠାରୁ ଆମେ ଅନେକ ସକରାତ୍ମକ ଶକ୍ତି ପାଇଛୁ ଏବଂ ଏହା ଆମର ସମସ୍ତ ଶିକ୍ଷକଙ୍କୁ ଉତ୍ସାହିତ କରିବ ଏବଂ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ସେହି ଅନୁଯାୟୀ କାମ କରିବାକୁ | ଆମର ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ଟେକ୍ନିକାଲ ଏବଂ ଏକାଡେମିକ୍ ଦୃଷ୍ଟିକୋଣରେ ଆମର ଅଭାବକୁ ଉନ୍ନତ କରିବେ ବୋଲି ମତ ବ୍ୟକ୍ତ କରିଥିଲେ |

ଆର କେ ଶତପଥି ବିଶିଷ୍ଟ ପ୍ରଫେସର, DRDO ର ଆଞ୍ଚଳିକ ନିର୍ଦ୍ଦେଶକ ତଥା ବୈଜ୍ଞାନିକ କହିଛନ୍ତି ଯେ ମା’ ଙ୍କ ପରେ ଜଣେ ମଣିଷ ପାଇଁ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ସେମାନଙ୍କର ମାର୍ଗଦର୍ଶନ ମାଧ୍ୟମରେ ସଠିକ୍ ରାସ୍ତା ଦେଖାଇ ଜଣେ ଛାତ୍ରକୁ ଭଲ ଛାତ୍ର ତଥା ଭଲ ନାଗରିକ କରିପାରିବେ। ଶ୍ରୀ କେ ଶ୍ରୀନିବାସ ରେଡ୍ଡୀ, TCTVIର ଅଧ୍ୟାପିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କହିଥିଲେ ଯେ ଶିକ୍ଷାଦାନର ଦର୍ଶନ ଶାରୀରିକ, ଆଧ୍ୟାତ୍ମିକ ଏବଂ ସାମାଜିକ ଭଳି ସମସ୍ତ ଦିଗକୁ ନେଇ ଗଠିତ|

ଡ଼ଃ ପ୍ରେମାନନ୍ଦ ମିଶ୍ର ଏହି ୱେବିନାରକୁ ବହୁତ ସୁନ୍ଦର ଭାବରେ ପରିଚାଳନା କରିଥିଲେ| ପ୍ରାୟ 300 ରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ ଏବଂ ସମସ୍ତେ କାର୍ଯ୍ୟକ୍ରମର ଭୁରି ଭୁରି ପ୍ରଶଂସା କରି ବକ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି|

Related Articles

Leave a Reply

Your email address will not be published. Required fields are marked *

Back to top button