ବିଶେଷବ୍ୟକ୍ତିତ୍ଵ

ଚା’ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଦେଶରେ ଅନେକ ନେତା ଏପରି ମିଳିଯିବେ ଯେଉଁମାନେ କ୍ଷମତାକୁ ଆସିବା ପରେ ନିଜେ ଓ ନିଜ ସମ୍ପର୍କୀୟଙ୍କୁ ବହୁତ ଉପରକୁ ଉଠାଇ ଦେଇଛନ୍ତି । ସମସ୍ତଙ୍କ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଯାଇଛି । ହାତକୁ ପାୱାର ଆସିବା ପରେ ଜୀବନର ଧାରା ବଦଳିଯାଏ ଏବଂ ଦୁଃଖ କଷ୍ଟ ପାଖକୁ ଆସିବାକୁ ଭୟ କରେ । କିନ୍ତୁ ଆପଣ ଜାଣିଛନ୍ତି କି ଦେଶରେ ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ଭଉଣୀ ଚା ବିକି ନିଜ ପରିବାର ଚଳାଉଛନ୍ତି ? ଏହିପରି ମୁଖ୍ୟମନ୍ତ୍ରୀ ଦେଶ ଛଡା ନିଜ ପରିବାରଙ୍କୁ ମଧ୍ୟ ଗୁରୁତ୍ଵ ନଦେଇ କର୍ମକ୍ଷେତ୍ରରେ ଆଗକୁ ବଢି ଚାଲିଛନ୍ତି।

ସିଏମ ଯୋଗୀଙ୍କ ତିନି ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଭଉଣୀ ଶଶି ଉତ୍ତରାଖଣ୍ଡରେ ହୃଷିକେଷରେ ଚା ଦୋକାନ ଚଲାନ୍ତି । ସବୁଠାରୁ ଖାସ୍ କଥା ହେଉଛି ଶଶି ନିଜ ପରିଚୟ ଲୁଚାଇ ସେଠାରେ ଏହି କାମ କରୁଛନ୍ତି । ସେ ଚାହାଁନ୍ତି କେହି ତାଙ୍କୁ ସିଏମଙ୍କ ଭଉଣୀ ବୋଲି ନଚିହ୍ନନ୍ତୁ ।

ଶଶି ନିଜ ପତି ପୂରଣଙ୍କ ସହିତ ନୀଳକଣ୍ଠ ମନ୍ଦିର ନିକଟରେ ପାର୍ବତୀ ଧାମରେ ଚା ଦୋକାନ ଚଲାନ୍ତି ଏବଂ ଏକ କୁଡିଆରେ ନିଜ ପରିବାର ସହିତ ଜୀବନ ଅତିବାହିତ କରନ୍ତି । ଅବଶ୍ୟ ଶଶି ଯୋଗୀଙ୍କଠାରୁ କେବେବି ନିଜକୁ ଅଲଗା ଭାବନ୍ତିନି । ସେ ଆଜି ମଧ୍ୟ ପରିବାରର ଜଣେ ଭାଗ ଅଟନ୍ତି କିନ୍ତୁ ୧୯୯୫ରୁ ଏପର୍ଯ୍ୟନ୍ତ ସେ ଏହି କାମ କରିଆସୁଛନ୍ତି ।
ଶଶି କୁହନ୍ତି ୧୯୯୨ରେ ଗଢୱାଲରେ ରହୁଥିବା ପୂରଣଙ୍କ ସହିତ ତାଙ୍କ ବିବାହ ହୋଇଥିଲା ଏବଂ ବିବାହର କିଛି ଦିନ ପରେ ଯୋଗୀ ଆଦିତ୍ୟନାଥ ଘର ଛାଡି ଚାଲିଗଲେ । ସେ କୁହନ୍ତି ଯେବେଠାରୁ ଯୋଗୀ ଆଦିତ୍ୟନାଥ ସାଂସଦ ହେଲେ ଯେବେଠାରୁ ଭାଇ ଯୋଗୀଙ୍କ ସହିତ ଆଉ କିଛି ସମ୍ପର୍କ ରହିପାରିଲାନି । ଭାବୁକ ହୋଇ ସେ କୁହନ୍ତି ପରିବାରରେ ସବୁ କିଛି ଠିକ୍ ଚାଲିଥିଲା, ୭ ଭାଇ-ଭଉଣୀଙ୍କ ସହିତ ଯୋଗୀ ମଧ୍ୟ ପାଠପଢା ଓ ପରିବାରର ଦେଖାଶୁଣା କରୁଥିଲେ ।

ଶଶି ଏହା ମଧ୍ୟ କୁହନ୍ତି କି ସେ ଯୋଗୀଙ୍କୁ ସ୍କୁଲରୁ ନେବାଆଣିବା କାମ କରନ୍ତି । ଯୋଗୀ ମୁଖ୍ୟମନ୍ତ୍ରୀ ହେବାପରେ କିଛି ଲୋକ ତାଙ୍କୁ ପଚାରୁଥିଲେ ଏବଂ ବାଧ୍ୟ ହୋଇ ତାଙ୍କୁ ମନା କରିବାକୁ ପଡୁଥିଲା ଯେ ସେ ଯୋଗୀଙ୍କ ଭଉଣୀ ନୁହଁନ୍ତି । ଶଶି କୁହନ୍ତି ସେ ନିଜ ପରିବାର ସହିତ ଖୁସିରେ ଅଛନ୍ତି କେବଳ ଦୁଃଖ ଏତିକି କଥା ପାଇଁ ଯେ ସେ ଗତ ୨୭ ବର୍ଷ ଧରି ନିଜ ଭାଇ ଯୋଗୀଙ୍କ ଅପେକ୍ଷା କରି ରହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button