May 20, 2024

ବିମାନରେ ଭୟାବହ ଘଟଣା! ଏୟାରହଷ୍ଟେସ୍‌ ଛାତରେ ପିଟି ହେଲେ, ୧୦ ଯାତ୍ରୀ ଆହତ

1 min read

ଆଓରି-ନୂଆଦିଲ୍ଲୀ(୧୮/୦୬): ଅନ୍ତର୍ଜାତୀୟ ବିମାନରେ ଯାତ୍ରୀଙ୍କୁ ଏକ ଭୟାବହସ୍ଥିତିରେ ଯାତ୍ରା କରିବାକୁ ପଡ଼ିଛି। ଆକସ୍ମିକ ଭାବେ ବିମାନଟି ଅତି ଭୟଙ୍କରସ୍ଥିତିରେ ହଲିବାକୁ ଲାଗିଥିଲା । ଏହି ଘଟଣାରେ ଗରମ ପାଣି ଦେଉଥିବା ଜଣେ ଏୟାରହଷ୍ଟେସ୍‌ ଛାତରେ ଯାଇ ପିଟି ହୋଇଥିଲେ। ଫଳରେ ଗରମ ପାଣି ଯାତ୍ରୀଙ୍କ ଶରୀରରେ ଢ଼ାଳି ହୋଇ ଯାଇଥିଲା।

ଏହି ମାମଲା କୋସୋଓ୍ଵରୁ ସୁଇଜରଲ୍ୟାଣ୍ଡ ଯାଉଥିବା ଏଏଲ୍‌କେ ଏୟାରଲାଇନ୍ସ ବିମାନରେ ଘଟିଛି। ଫଳରେ ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଏହାର ଶିକାର ହୋଇଛନ୍ତି। ଟର୍ବ୍ୟୁଲେନ୍ସ ହେବା ଫଳରେ ବିମାନଟି ଏତେ ଜୋରରେ ଦୋହଲିବାକୁ ଲାଗିଥିଲା କି ୧୦ଜଣ ଯାତ୍ରୀଙ୍କ ଏଥିରେ ଆହତ ହୋଇଥିଲେ। ବିମାନଟି ଅବତରଣ କରିବା ପରେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ଯାତ୍ରୀ ଭୟଭୀତ ହୋଇଯାଇଥିବା ଜଣାପଡ଼ୁଛି। ଭିଡିଓରେ ଜଣେ ମହିଳା ପ୍ରାର୍ଥନା କରୁଥିବା ବି ନଜର ଆସିଛନ୍ତି। ତେବେ ଏହି ଘଟଣା ନେଇ ଭୟଭୀତ ଯାତ୍ରୀଙ୍କୁ ପାଇଲଟ ଆଶ୍ୱସନା ଦେଉଥିବା ବି ଶୁଣିବାକୁ ମିଳୁଛି। ଜଣେ ଯାତ୍ରୀଙ୍କ କହିବାନୁସାରେ, ଟେକ୍‌-ଅପ୍‌ର ପାଖାପାଖା ଅଧାଘଣ୍ଟା ପରେ ସ୍ଥିତି ଖରାପ ହୋଇଯାଇଥିଲା। ଯାତ୍ରୀଙ୍କୁ ୫ମିନିଟ୍‌ ପର୍ଯ୍ୟନ୍ତ ଏହାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜଣେ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତ ବି ବୋହିଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.