May 19, 2024

ଏସିଆଇସିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୦୭) : ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର(ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି ନୂଆଦିଲ୍ଲୀ ଠାରେ ନୀତି ଆୟୋଗର ଏସିଆଇସିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳ କମ୍ୟୁନିଟି ଇନୋଭୋସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍ ସହ ଯୋଡିବାର ବ୍ୟବସ୍ଥା କରିବ । ଫଳରେ ଏହି ସେଣ୍ଟର ଦେଶର ଅର୍ଥନୀତି ଓ ରୋଜଗାରକୁ ବଢାଇବାରେ ବହୁତ ବଡ ମାଧ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିନା ଅଟଳ କମ୍ୟୁନିଟି ସେଣ୍ଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତି ହୋଇପାରିବ ନାହିଁ । ଉର୍ଜା ସଂରକ୍ଷଣରେ ଘରୋଇ ଇନୋଭେସନ ଥିବାବେଳେ ଏଥିରେ ଥିବା ନୀତିଗତ ସଂସ୍କାରରେ ସୁଧାର ଆଣିଲେ ଦେଶର ରୋଜଗାର, ଆମଦାନୀ ଓ ପର୍ଯ୍ୟାବରଣରେ ପରିବର୍ତନ ଆସିପାରିବ । ତେବେ ସବୁ ପଞ୍ଚାୟତରେ ଏହି ଏସିଆଇସି ସେଂଟର ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ । ସେ ସମୟରେ ବିକଳ୍ପ ଉର୍ଜାର ସମ୍ବଳ କଣ ଅଥବା କେଉଁଥିରୁ ଉର୍ଜାର ଉତ୍ପାଦନ ହୋଇପାରିବ ସେ ଦିଗରେ ଏ ସେଂଟର ଅଭିନବ କୌଶଳ ମାଧ୍ୟମରେ ଉର୍ଜା ବାହାର କରିବାର ଆବଶ୍ୟକତା ରହିଛି । ଦେଶରେ ୬୦୦ ମିଲିୟନ ମେଟ୍ରିକ୍ ଟନର ନନ୍ ଫସିଲାଇଜଡ୍ ବାୟୋମାସ କାର୍ବନ ରହିଥିବା ବେଳେ ଏ କମ୍ୟୁନିଟି ସେଂଟର ନୂତନ ପଦ୍ଧତି ଜରିଆରେ ଏହି ଉର୍ଜାକୁ ବାହାର କରିପାରିବ ବୋଲି ସେ କହିଥିଲେ ।

ଭାରତରେ ପାଖାପାଖି ୧ କୋଟି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଛନ୍ତି । ଏହି କମ୍ୟୁନିଟି ସେଣ୍ଟର ସେମାନଙ୍କୁ ଯଦି ମାର୍କେଟ ସହ ଯୋଡିବାର ପ୍ରଶିକ୍ଷଣ ବା ଶିକ୍ଷା ପ୍ରଦାନ କରିବ ତେବେ ସେମାନେ ବିକୁଥିବା ୩୦ ଟଙ୍କାର ଦ୍ରବ୍ୟ ୨୦୦ ଟଙ୍କାରେ ବିକାଯାଇପାରିବ । ଫଳରେ ସେମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିବା ସହ ଗରିବ ଶ୍ରେଣୀର ଲୋକଙ୍କୁ ଏହି ସେଣ୍ଟରରେ ଯୋଡିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଭୂୟଂସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.