ରାଜ୍ୟ

ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୩୧/୧୦) : ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମାଜକୁ ସ୍ୱାଭିମାନୀ କରିବା, ସମାଜକୁ ଦୈନନ୍ଦିନ ଜୀବନର ଜଞ୍ଜାଳରୁ ମୁକ୍ତ କରି ସମାଧାନର ରାସ୍ତା ବାହାର କରିବା ,ସମାଜକୁ ଜାଗରଣ କରିବା ଭଳି ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଓଡିଶାର ନୂଆପିଢି ପାଖରେ ଅ।ଧୁନିକ ଢଙ୍ଗରେ ପହଁଚାଇପାରିଲେ ହିଁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଏହା ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ଶାଖାର ଏହି ମଠକୁ ପୂଜ୍ୟ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବ୍ରହ୍ମାନନ୍ଦଜୀ ମହାରାଜ ଅକ୍ଟୋବର ୩୧, ୧୯୧୯ ମସିହାରେ ସ୍ଥାପନା କରିଥିଲେthe Centenary Celebration of Ramkrishna Math & Mission । ରାଜଧାନୀ ଭୁୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ସ୍ଥାପନା ଦିନ ଠାରୁ ତାର ଧ୍ୟେୟ ଓ ଉଦ୍ଦେଶ୍ୟ ପାଇଁ କାମ କରି ଆସୁଛି । ଓଡିଶାର ରାମକୃଷ୍ଣ ମିଶନ ଓ ମଠର ସ୍ଥାପନାକୁ ଶହେ ବର୍ଷ ପୂରଣ ହୋଇଥିବାରୁ ଏହା ସହ ଜଡିତ ସମସ୍ତ ସାଧୁ ସନ୍ଥ ଓ ପଦାଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ତାଙ୍କୁ ପ୍ରେରଣା ଦେଇଥିବା ରାମକୃଷ୍ଣ ପରମହଂସ ଏବଂ ମା ଶାରଦାଙ୍କ ବିଚାର ଭାରତବର୍ଷ ତଥା ଓଡିଶାରେ ପହଁଚାଇବା ପାଇଁ ଏହି ମଠ କେନ୍ଦ୍ରବିନ୍ଦୁ ହୋଇଛି । ବଲାଙ୍ଗୀର ରାଜ ପରିବାରର ପ୍ରତ୍ୟକ୍ଷ ସହଯୋଗୀ ଫଳରେ ଏଠାରେ ଭବ୍ୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇପାରିଛି ବୋଲି ସେ କହିଛନ୍ତି ।

ସେହିପରି ମନୁଷ୍ୟ ମନରେ କ୍ଷଣ କ୍ଷଣରେ ଉତ୍ସାହ ଓ ନିରୁତ୍ସାହ ଆସେ । ଏହି ଉତ୍ସାହକୁ ନିରନ୍ତର ବନାଇ ରଖିବା ନିରୁତ୍ସାହକୁ କାଟି ତାକୁ ଉତ୍ସାହରେ ପରିଣତ କରିବା ଭଳି ସ୍ୱାମୀଜୀଙ୍କ ଦୁଇ ଶବ୍ଦ ବାରମ୍ବାର ପଢିଲେ ହିଁ ସମାଧାନର ରାସ୍ତା ବାହାରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button