May 19, 2024

ଯକ୍ଷ୍ମା ମୁକ୍ତ ଭାରତର ସଚେତନ ବାର୍ତ୍ତା ପ୍ରେରକ ତ୍ରିଲୋଚନ ମହାଳିକଙ୍କୁ ସୁନ୍ଦର ଓଡିଶା ତରଫରୁ ସମ୍ବର୍ଦ୍ଧନା

1 min read
Trilochan-Mahalik-Aajira-Odisha

ଆଓରି-ନୂଆଦିଲ୍ଲୀ(୨୨/୦୮) : ଯକ୍ଷ୍ମା ମୁକ୍ତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନକୁ ପୂରଣ କରିବା ଲାଗି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରୁ ସାଇକେଲ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇ ଦିଲ୍ଲୀରେ ପହଞ୍ଚିଛନ୍ତି ତ୍ରିଲୋଚନ ମହାଳିକ । ବିଶ୍ୱକୁ ଯକ୍ଷ୍ମା ସଂକ୍ରମଣରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୩, ୨୦୧୮ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ ।

୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗ ମୁକ୍ତ ହେବାନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତନ ଚେଷ୍ଟା ଏବଂ ପଦକ୍ଷେପକୁ ତ୍ରିଲୋଚନ ଭଦ୍ରକରୁ ସାଇକେଲ ଯୋଗେ ଏହି ବାର୍ତ୍ତା ଦୀର୍ଘ ୧ମାସ ହେବ ଓଡିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସଚେତନ କରିଆସୁଛନ୍ତି । ଅଦ୍ୟାବଧି ଦୀର୍ଘ ୪୦୦୦କି.ମି ପରିଭ୍ରମଣ କରି ୮ଟି ରାଜ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇଛନ୍ତି  ଶ୍ରୀ ମହାଳିକ ।

ବିଗତ କିଛିଦିନ ପୂର୍ବରୁ ଶ୍ରୀ ମହାଳିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଥିଲେ । ତ୍ରିଲୋଚନଙ୍କର ଏଭଳି ପଦକ୍ଷପକୁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରସଂଶା କରିଥିଲେ ।

ଆଜି ପୂର୍ବାହ୍ନ ୮ଘଟିକା ସମୟରେ ହୌଜ ଖାସ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ କରି ଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ଜଗନ୍ନାଥ ମନ୍ଦିର ସମ୍ପାଦକ ଶ୍ରୀ ରବି ପ୍ରଧାନ, ସୁନ୍ଦର ଓଡିଶା ତରଫରୁ ଦେବରାଜ ମହାନ୍ତି ଏବଂ ରମେଶ ଲେଙ୍କା ଉପସ୍ଥିତ ରହି ଶ୍ରୀ ମାହାଳିକଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ସୁନ୍ଦର ଓଡିଶା ତରଫରୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ସହିତ ସସ୍ଥାପକ ଶ୍ରୀ ସଂଗ୍ରାମ ଧର ଶୁଭାଯାତ୍ରାର ଶୁଭକାମନା ବାର୍ତ୍ତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.