ରାଜ୍ୟ

ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

ଆଓରି-ଭୁବନେଶ୍ଵର(୨୧/୦୮) : କଟକ-ଭୁବନେଶ୍ୱରର ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ । ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ସୁଧାଂଶ ଷଡ଼ଙ୍ଗୀ । ପୂର୍ବରୁ ରାଜ୍ୟ ଅପରାଧ ବ୍ୟୁରୋର ଅଧ୍ୟକ୍ଷ ଥିଲେ ସୁଧାଂଶୁ ।

ଗତ ସପ୍ତାହେ ଧରି ରାଜ୍ୟରେ ଆଇଏସ୍‌ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଚାଲିଛି । ଗତକାଲି ପୁଣି ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ  ମାଲକାନଗୀରି, ସୁନ୍ଦରଗଡ଼, ବ୍ରହ୍ମପୁର, ବାଲେଶ୍ୱର ଏବଂ କେନ୍ଦୁଝର ଏସିପି ଭାବେ କାର୍ଯ୍ୟ ତୁଲାଇଥିଲେ। ଏହା ସହ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ମଧ୍ୟ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button