କଳା ଓ ସଂସ୍କୃତିପ୍ରବାସୀ ଓଡିଆ

ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ଠାରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ

ଆଓରି-ନୂଆଦିଲ୍ଲୀ(୦୯/୦୬) : ଗତ ୬,୭,୮ ତାରିଖ ତିନିଦିନ ଧରି ନୂଆଦିଲ୍ଲୀସ୍ଥିତ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରେ ବିଭିନ୍ନ ରୀତିନୀତି ଅନୁଯାୟୀ ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଏହା ବିଗତ ୪ବର୍ଷ ଧରି ଚାଲିଛି। ୬ ତାରିଖ ଦିନ ହଳଦୀ ଏବଂ ନିର୍ବନ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୩୦୦ରୁ ଉର୍ଦ୍ଧ୍ଵ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚଳିତ ବର୍ଷ ମା ପାର୍ବତୀଙ୍କ ପିତା ଏବଂ ମାତା ଦାୟୀତ୍ଵ ଶ୍ରୀ ବିନୋଦ ମେହେର ଏବଂ ତାଙ୍କର ଧର୍ମପତ୍ନୀ ଶାନ୍ତି ମେହେର(ଓଡିଶା, ସୋନପୁର) ନିବାସୀ ଏବଂ ଶିବଙ୍କର ପିତାମାତା ଦାୟୀତ୍ଵ ତୁଲାଇଥିଲେ ଶ୍ରୀ ସୁଧାକର ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ଅଭାରାଣୀ ମହାପାତ୍ର(ଓଡିଶା, ବୀରନରସିଂହପୁର) ନିବାସୀ ।

୭ତାରିଖ ଦିନ ସନ୍ଧ୍ୟାରେ ବିବାହ ଉତ୍ସବ ଏବଂ ଶିବ ବରାତ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରୁ ଦିଲ୍ଲୀ କୋଟଲାସ୍ଥିତ ଶିବ ମନ୍ଦିର ଏବଂ ବାଲ୍ମୀକି ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରଯାଇଥିଲା । ଏଥିରେ ୨୫୦୦ରୁ ଉର୍ଦ୍ଧ୍ଵ ଭକ୍ତ ସାମିଲ ହୋଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପାରମ୍ପାରିକ କୀର୍ତନ, ଚିତାକର୍ଷକ ଝାଙ୍କି ଏବଂ ବିଶିଷ୍ଟ ଗାୟକ ମଣି ବାରିକ (KMB Music Group) ତରଫରୁ ଆଧୁନିକ ଓଡିଆ ଗୀତ ଦର୍ଶକଙ୍କ ମନ ଆକୃଷ୍ଟ କରିଥିଲା ।

ଏହି କାର୍ଯ୍ୟକ୍ରମ କୁ ସଫଳ ରୂପେ ପରିଚାଳନା କରିଥିଲେ ଶ୍ରୀ ମନୋରଞ୍ଜନ ମେହେର, ଓଂ ପ୍ରକାଶ କୁମାର ଷଡଙ୍ଗୀ, ଅଶୋକ କୁମାର ମେହେର, ସୁଶୀଲ ମେହେର, ପ୍ରଦୀପ ନାୟକ ଏବଂ କାମଦେବ ବିଶ୍ଵାଳ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button