May 19, 2024

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସର ବରିଷ୍ଠ ନେତା ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

1 min read

ଆଓରି-ନୂଆଦିଲ୍ଲୀ(୧୯/୦୭) : ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପଦେଶର ରାଜ୍ୟପାଳ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ଦଳବଳ ନିର୍ବିଶେଷରେ ବିଭିନ୍ନ ମହଲରୁ ବିଶ୍ୱଭୂଷଣଙ୍କୁ ଶୁଭେଚ୍ଛାର ଶୁଅ ଛୁଟିଛି । କଂଗ୍ରେସର ବରିଷ୍ଠ ନେତା ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜି ପୂର୍ବାହ୍ନରେ ବିଶ୍ୱଭୂଷଣଙ୍କ ନିଳକଣ୍ଠନଗର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ତାଙ୍କୁ ସମ୍ମାନ ପୂର୍ବକ ଏକ ଉତ୍ତରୀୟ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ ଡ.ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ବିଶ୍ୱଭୂଷଣଙ୍କ ଜରିଆରେ ଓଡିଶାର ଭାଷା, ସାହିତ୍ୟ, ଐତିହ୍ୟ ଓ ପରମ୍ପରାକୁ ଆନ୍ଧ୍ରରେ ରକ୍ଷା କରିବାରେ ସହାୟକ ହେବ । ବିଶ୍ୱଭୂଷଣ ହେଉଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ପୃଷ୍ଠପୋଷକ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.