May 19, 2024

ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ସମ୍ବଲପୁରୀ ନୃତ୍ୟ ଉତ୍ସଵ 2018

1 min read
Sambalpuri-Nritya-Utsab-Aajira-Odisha

ଆଓରି-ଭୁବନେଶ୍ଵର(୨୬/୧୨) : ଆସନ୍ତା ଡିସେମ୍ବର ୩୦ ତାରିଖରେ ସମ୍ଵଲପୁରରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ସମ୍ବଲପୁରୀ ନୃତ୍ୟ ଉତ୍ସଵ ୨୦୧୮। ସମ୍ଵଲପୁରର ତପସ୍ୱିନୀ  ପ୍ରେକ୍ଷାଳୟରେ ହେବାକୁ ଯାଉଥିବା ଏହି ଉତ୍ସବରର ଦେଶ ତଥା ଦେଶ ବାହାରର ସମ୍ବଲପୁରୀ କଳାକାର ଯୋଗ ଦେବେ। ରାଜ୍ୟ ତଥା ଦେଶର ସମ୍ବଲପୁରୀ କଳାକାର ସହ ସ୍ପେନ ଓ ଜାପାନର ସମ୍ବଲପୁରୀ ନୃତ୍ୟ କଳାକାର ଏହି ଉତ୍ସବରେ ଯୋଗ ଦେବେ। ପାରମ୍ପରିକ ତଥା ମୌଳିକ ଶୈଳୀର ଅନୁସୃତ ସମ୍ବଲପୁରୀ ନୃତ୍ୟକୁ ଏକ ନିର୍ଦ୍ଧିଷ୍ଟ ବିଧିରେ ରାଜ୍ୟ , ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ଏହି ଉତ୍ସଵର ଆୟୋଜନ ହେଉଛି ବୋଲି ଆୟୋଜକ ‘ଅଭୟ ଆର୍ଟ ଏକାଡେମୀ’ ତରଫରୁ ଏକ ସାମ୍ବାଦିକ ସମିଳନୀରେ କୁହାଯାଇଛି। ଏହି ଉତ୍ସବରେ ରାଜ୍ୟର ନାମ କରା ସମ୍ଵଲପୁରୀ କଳାକାର ନିଜର କଳା ପରିବେଷଣ କରିବେ। ଏହା ସହ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ସମ୍ଵଲପୁର ବିଶ୍ୱ ପ୍ରସିଦ୍ଧ ସମ୍ବଳପୁରୀ ଗୀତ  ରଙ୍ଗବତୀ ପୁଣି ଏକାଠି ଗାଇବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.