ଖେଳଜାତୀୟ

ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ୍‍ ଟାଇଟଲ ହାସଲ କଲେ ପି.ଭି. ସିନ୍ଧୁ

ଆଓରି-ନୂଆଦିଲ୍ଲୀ(୨୫/୦୮) : ଭାରତର ତାରକା ବ୍ୟାଡ୍‍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ୍‍ ଟାଇଟଲ ହାସଲ କରିଛନ୍ତି । ରବିବାର ବିଡବ୍ଲ୍ୟୁଏଫ୍‍ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ୍‍ ଫାଇନାଲରେ ସିନ୍ଧୁ ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୭,୨୧-୭ ସେଟରେ ପରାସ୍ତ କରି  ପ୍ରଥମ ଭାରତୀୟ ଭାବେ ସ୍ଵର୍ଣ୍ଣ ପଦକ ଜିତିବା ସହ ବିଶ୍ଵ ଚମ୍ପିଆନ ହୋଇପାରିଛନ୍ତି।

ସ୍ୱିଜର୍‍ଲ୍ୟାଣ୍ଡ୍‍ର ବାସେଲ୍‍ଠାରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାଚରେ ସିନ୍ଧୁ ତାଙ୍କ କ୍ରୀଡା ଜୀବନରେ ବିଶ୍ୱର ୪ ନମ୍ବର ଖେଳାଳି ଓକୁହାରାଙ୍କୁ ୧୬ ଥର ଭେଟିଛନ୍ତି ଏବଂ ତାଙ୍କଠାରୁ ପ୍ରଦର୍ଶନରେ ସାମାନ୍ୟ ଆଗରେ ରହି ଏଥର ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଯେକୌଣସି ବଡ଼ ଧରଣର ଟୁର୍ଣ୍ଣାମେଣ୍ଟରେ ଚଳିତବର୍ଷ ତୃତୀୟ ଥରପାଇଁ ସେ ଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ ସେ  ଦୁଇ ଥର ରୌପ୍ୟ ଓ ୨ଥର ବୋଞ୍ଜ ପଦକ ଜିତିଥିଲେ। ଶନିବାର ସେ ଏହି ଟୁର୍ଣ୍ଣାମେଣ୍ଟରେ ଚୀନ୍‍ର ଚେନ୍‍ ୟୁ ଫେଇଙ୍କୁ ସିଧାସଳଖ ହରାଇ ଫାଇନାଲ୍‍କୁ ଉତ୍ତୀର୍ଣ୍ଣ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button