ବିଶେଷ

ସୋସିଆଲ ମିଡିଆରେ ଭାଇରାଲ ମୋଦୀଙ୍କର ନୂତନ ଗେଟ୍‌ଅପ

ଆଓରି-ନୂଆଦିଲ୍ଲୀ(୩୦/୧୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷାକକୁ ନେଇ ଦେଶ ବିଦେଶ ସବୁଠି ବେଶ୍‌ ଚର୍ଚ୍ଚିତ। ହେଲେ ଶନିବାର ପୋର୍ଟ ବ୍ଲେୟାର ଗସ୍ତ କରିବା ଅବସରରେ ସେ ଏମିତି ଏକ ପୋଷାକ ପରିଧାନ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୋଦିଙ୍କର ଏଇ ଭିନ୍ନ ଗେଟ୍‌ଅପକୁ ସମସ୍ତେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। କେହି କେହି ଫଟୋଗ୍ରାଫରଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ମୋଦି ଉକ୍ତ ଫଟୋରେ ଏକ ମୁଣ୍ଡୁ(ଦକ୍ଷିଣ ଭାରତର ପାରମ୍ପରିକ ପୋଷାକ) ପିନ୍ଧିଛନ୍ତି। ଏହି ଫଟୋଟିକୁ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରିବା ସହ ଲେଖିଛନ୍ତି, ‘ସୁନ୍ଦର ପୋର୍ଟ ବ୍ଲେୟାରରେ ଏକ ସକାଳ..ଏକ ପ୍ରାରମ୍ଭିକ ସୂର୍ଯ୍ୟୋଦୟ ଏବଂ ପାରମ୍ପରିକ ପୋଷାକ। ମନେପଡେ ଆମର ସ୍ଵାଧୀନତା ସଂଗ୍ରାମୀଙ୍କ କଥା ଯେଉଁମାନେ ନିଜ ଜୀବନ ଦେଇ ଦେଶକୁ ସ୍ଵାଧୀନତା ଆଣି ଦେଇଥିଲେ’। ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତା ଓ ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି।

Related Articles

Leave a Reply

Your email address will not be published. Required fields are marked *

Back to top button