May 19, 2024

ଦିଳ୍ଲୀ ରାଜପଥର ହୁନର ହାଟରେ କୁହ୍ଲଡରେ ଚା ପିଇବା ସହିତ ଲିଟି-ଚୋଖା ଖାଇଲେ ନରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୧୯/୦୨) : ପ୍ରଧାନମନ୍ତ୍ରୀ ଦିଲ୍ଲୀର ହୁନର ହାଟରେ ଟିଫିନ୍‌ କରିବା ସହ କୁହ୍ଲଡରେ ଚାଁ ମଧ୍ୟ ପିଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି  ବୁଧବାରPM Narendra Modi In Hunar Market Aajira Odisha ଦିନ  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପହଞ୍ଚିଯାଇଥିଲେ ଦିଳ୍ଲୀ ରାଜପଥର ହୁନର ହାଟରେ । ସେଠାରେ ପହଞ୍ଚି ମୋଦି କିଛି କଳାକାରଙ୍କୁ ସାକ୍ଷାତ କରିବା ସହ ଲିଟି-ଚୋଖା ଖାଇଥିଲେ, ଏଥିସହିତ  କୁହ୍ଳଡରେ ଚା’ ମଧ୍ୟ ପିଇଥିଲେ ।

ମୋଦି ହଠାତ୍‌ କ୍ୟାବିନେଟ୍‌ ମିଟିଂ ଶେଷକରି ପହଞ୍ଚିଥିଲେ ହୁନର ହାଟରେ ।  ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲା ।  ହୁନର ହାଟରେ ମୋଦି ପାଖାପାଖି ୫୦ମିନିଟ୍‌ ରହିଥିଲେ ।  ଏହି ସମୟରେ ସେ ଲିଟି-ଚୋଖା ଖାଇଥିଲେ । ଯାହା ଗହମର ଅଟାରୁ ଗୋଲ୍‌ ଗୋଲ୍‌ ଆକୃତିର ତିଆରି ହୋଇ ତା ଭିତରେ ଯଅ ଦିଆଯାଇଥାଏ । ଏହି ଲିଟି-ଚୋଖା ଖାଇସାରିବା ପରେ  ଏହାର ମୂଲ୍ୟ ବାବଦକୁ ମୋଦି ୧୨୦ଟଙ୍କା ପେମେଣ୍ଟ କରିଥିଲେ ।

ତେବେ ଏହି ଲିଟି ଚୋଖା  ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ ଝାଡଖଣ୍ଡ ରେ ବହୁତ ଲୋକପ୍ରିୟ  ଖାଇବା । ସେହିପରି କୁହ୍ଲଡରେ ଚା’ ପିଇବା ବାବଦକୁ ମୋଦି ୪୦ଟଙ୍କା ପେମେଣ୍ଟ କରିଥିଲେ । ଏଠି କହି ରଖୁଛୁ ହୁନର ହାଟର ଆୟୋଜନ କରିଛି ଅଳ୍ପସଂଖ୍ୟକ ମନ୍ତ୍ରାଳୟ । ମୋଦି ହାଟ ବୁଲିବା ସହ ହାଟର ହାଲଚାଲ୍‌ ମଧ୍ୟ ବୁଲି ଦେଖିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.