ଜାତୀୟ

ସାଉଦି ଆରବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୯/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତ୍ରି ପ୍ରାୟ ୨ଟା ସମୟରେ ସାଉଦି ଆରବର ରିଆଦରେ ପହଞ୍ଚିଛନ୍ତି। ମୋଦୀ ସାଉଦି ଆରବକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ସେ ମଙ୍ଗଳବାର ସାଉଦି ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍‍ର ତୃତୀୟ ଅଧିବେଶନରେ ଉଦବୋଧନ ଦେବେ। ସାଉଦି ଆରବ ରାଜା ସଲ୍‍ମନ୍‍ ବିନ୍‍ ଅବଦୁଲ୍‍ ଅଜିଜ୍‍ ଅଲ୍‍ ସାଉଦ୍‍ଙ୍କ ସହ ସେ ଦ୍ୱିପକ୍ଷୀୟ ଆଲୋଚନା କରିବେ ଓ ଯୁବରାଜ ମହମ୍ମଦ ବିନ୍‍ ସଲ୍‍ମନ୍‍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ। ଭାରତ ଓ ସାଉଦି ଆରବ ମଧ୍ୟରେ ବେସାମରିକ ବିମାନ ଚଳାଚଳ, ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ, ନିରାପତ୍ତା ସହଯୋଗ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ୧୨ଟି ରାଜିନାମା ସ୍ୱାକ୍ଷରିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button