ଆନ୍ତର୍ଜାତୀୟଜାତୀୟ

ଫ୍ରାନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୨୩/୦୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରୀଦେଶୀୟ ଗସ୍ତରେ ଯାଇ ବର୍ତ୍ତମାନ ଫ୍ରାନ୍ସରେ ପହଞ୍ଚିଛନ୍ତି । ଜୀ-୭ ସମ୍ମିଳନି ରେ ଭାଗ ନେବାପାଇଁ ପହଞ୍ଚିଛନ୍ତି ମୋଦି ।  ତେବେ ମୋଦି ଆଜି ସେଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଛନ୍ତି । ଯେତେବେଳେ  ମୋଦି ୟୁନେସ୍କୋ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟମାନେ ମୋଦି –ମୋଦି ନାରା ଳଗାଇବା ଆରମ୍ଭ କରିଦେଇଥିଲେ । ୨୦୧୯ର ଲୋକସଭା ନିର୍ବାଚନରେ  ଅପ୍ରତ୍ୟାଶିତ ବିଜୟ  ପରେ ପିଏମ୍‌ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରୁଛନ୍ତି । ପ୍ୟାରିସ୍‌ ରେ ନିଜ ଅଭିଭାଷଣରେ ମୋଦି କହିଛନ୍ତି ଯେ,  ଏଠାକାର ଲୋକମାନଙ୍କର ପ୍ରଥମ ପସନ୍ଦ ଫୁଟବଲ୍‌ । ଏହାଦ୍ୱାରା ଗୋଲ୍‌ର ମହତ୍ୱ ମଧ୍ୟ ବଢିଥାଏ । ମୁଁ ବି ଆମ ସରକାର ପାଇଁ କିଛି ଗୋଲ୍‌ ରଖିଛି ।  ଯାହକୁ ଆମେ ଆଗକୁ ସମ୍ପୂର୍ଣ୍ଣ କରିବୁ ।

ଆମେ ଏମିତି ବହୁତ ଅସମ୍ଭବ ଗୋଲ୍‌ କୁ ସମ୍ଭବ କରିଛୁ । ଯେପରିକି ଦୁନିଆରେ ସବୁଠାରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇଛି,  ସବୁଠାରୁ ବଡ ହେଲ୍‌ଥ ସ୍କିମ୍‌ ଚାଲୁକରାଯାଇଛି ଏହା ସହିତ ଅନେକ ବିକାଶମୁଖୀ କାର୍ଯ୍ୟ କରାଯାଇଛି ଯାହା କେହି କରିପାରି ନଥିଲେ ଭାରତରେ । ତେବେ ଏଥିସହିତ  ମୋଦି ପ୍ୟାରିସ୍‌ ବୁଝାମଣା  ନେଇ କ୍ଲାଇମେଟ୍ ପରିବର୍ତ୍ତନ ଉପରେ ଭାରତର ଯୋଗଦାଦ କୁ ମଧ୍ୟ ଚର୍ଚ୍ଚା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button